fbpx

ମହିଳାଙ୍କ ସହ ବାସନାପୂର୍ଣ୍ଣ ଜୀବନ ଉପଭୋଗ କରୁଥିଲେ ପୁରୁଷ: ଲିଭ୍-ଇନ୍ ଦମ୍ପତିଙ୍କର ଏପରି କ୍ଲାସ୍ ନେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଅନ୍ୟ ମହିଳାଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ରହୁଥିବା ପୁରୁଷଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଏହି ପରିସ୍ଥିତିରେ ବ୍ୟକ୍ତି ଜଣକ ଦୋଷୀ ହୋଇପାରନ୍ତି ।

ଲିଭ୍-ଇନ୍ ଦମ୍ପତି କୋର୍ଟରୁ ପୋଲିସର ସୁରକ୍ଷା ଲୋଡିଥିଲେ:-

ହାଇକୋର୍ଟ କହିଛନ୍ତି ଯେ, ଭାରତୀୟ ଦଣ୍ଡ ସଂହିତା ଯଥା ଆଇପିସିର ଧାରା ୪୯୪ ଅନୁଯାୟୀ, ଆବେଦନକାରୀ ବିବାହିତା ହୋଇଥିବାରୁ ଏଥିରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଜଷ୍ଟିସ କୁଲଦୀପ ତିୱାରୀ ଏହି ପିଟିସନର ଶୁଣାଣି କରୁଥିଲେ । ତେବେ କୋର୍ଟ ଜାଣିବାକୁ ପାଇଛନ୍ତି ଯେ, ପୁରୁଷ ଜଣକ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ବି ସେ ଅନ୍ୟ ଜଣେ ମହିଳାଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ ।

କୋର୍ଟ କହିଛନ୍ତି ଯେ, ‘ପୂର୍ବ ସାଥୀଙ୍କଠାରୁ ଛାଡପତ୍ର ନନେଇ ଆବେଦନକାରୀ ପୁରୁଷ ଅନ୍ୟ ମହିଳାଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ବାସନାପୂର୍ଣ୍ଣ ଜୀବନ ବିତାଉଛନ୍ତି, ଯାହାକି ଆଇପିସିର ଧାରା ୪୯୪-୪୯୫ ଅନୁଯାୟୀ ଦଣ୍ଡନୀୟ ।’ ଏଭଳି ପରିସ୍ଥିତିରେ ସୁରକ୍ଷା ଦାବିକୁ କୋର୍ଟ ଖାରଜ କରିଛନ୍ତି ।

ଖାସ୍ କଥା ହେଉଛି ଆଇପିସିର ଧାରା ୪୯୪ ଅନୁଯାୟୀ ଦ୍ୱିବିବାହ ଏକ ଅପରାଧ ଏବଂ ଏହା ଅଧୀନରେ ସର୍ବାଧିକ ଦଣ୍ଡ ୭ ବର୍ଷ ଏବଂ ଜରିମାନା ହୋଇପାରେ । ଏହି ମାମଲାରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପୁରୁଷ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ମାମଲା ପାରିବାରିକ କୋର୍ଟରେ ବିଚାରାଧୀନ ରହିଛି । ଉଭୟ ଆବେଦନକାରୀ ସମ୍ପର୍କୀୟଙ୍କଠାରୁ ସୁରକ୍ଷା ମାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କୋର୍ଟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିଛନ୍ତି । କିନ୍ତୁ ମହିଳାଙ୍କ ସମ୍ପର୍କୀୟମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ କିଛି ଉପସ୍ଥାପିତ କରାଯାଇ ନାହିଁ ବୋଲି କୋର୍ଟ କହିଛନ୍ତି । ବ୍ୟଭିଚାର ମାମଲାରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ନହେବା ପାଇଁ ଏହା କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.