fbpx

ସମବାୟ ନିର୍ବାଚନ ପାଇଁ ଫିଟିଲା ବାଟ; ହାଇକୋର୍ଟ ଦେଲେ ଏପରି ରାୟ

Advertisement

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଛି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ବାଚନ ମାମଲାରୁ ବାଟ ଫିଟିଛି । ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଶାସକ ଦାୟିତ୍ୱରେ ଆଉ ରହିବେନି ଜିଲ୍ଲାପାଳ । ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନ ପାଇଁ ସମସ୍ତ ସହଯୋଗ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା ।

 

Get real time updates directly on you device, subscribe now.