ମିଶନ ଶକ୍ତିର ପୁନର୍ଗଠନ ନେଇ ଦୃଢ଼ୋକ୍ତି ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପ୍ରରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରଭାତୀ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ ନିଶ୍ଚିତ ଭାବେ କରାଯିବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ହେବ । ମିଶନ ଶକ୍ତି ପୁନର୍ଗଠନ ନେଇ ଗାଁ ମହିଳାମାନେ ମନ ବନେଇବା ଆବଶ୍ୟକ ।

ମିଶନ ଶକ୍ତିର ଲକ୍ଷ୍ୟ ମହିଳା ଶସକ୍ତି କରିବା । ବ୍ୟତିକ୍ରମ କିଛି ସମୟ ପାଇଁ ହୋଇପାରେ କିନ୍ତୁ ପୁନର୍ଗଂନ ନେବା ନିଶ୍ଚିତ ।

ଯେଉଁମାନେ ଅଧିକ ସମୟ ଧରି ନେତୃତ୍ୱରେ ଅଛନ୍ତି, ନେତୃତ୍ୱ ପରିବର୍ତ୍ତନ ଦ୍ୱାରା ହିଁ ମହିଳାଙ୍କ ବିକାଶ ହେବ ।