fbpx
BSKY SKY
BSKY SKY

ପରବର୍ତ୍ତୀ ଶୁଣାଣି ଯାଏଁ ଶିକ୍ଷକ ନିଯୁକ୍ତିରେ ରୋକ୍ ଲଗାଇଲେ ହାଇକୋର୍ଟ

BSKY

ଓଡ଼ିଶା ଭାସ୍କର: ଶିକ୍ଷକ ନିଯୁକ୍ତି ମାମଲାରେ ଅନିୟମିତତା ନେଇ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିମଧ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ଶୁଣାଇଛନ୍ତି ଅନ୍ତରୀଣ ଆଦେଶ । ଆସନ୍ତା ୨୪ ତାରିଖ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚଡ଼ାନ୍ତ ଚୟନ ଓ ନିଯୁକ୍ତିରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଏହା ପୂର୍ବରୁ ଚୁଡ଼ାନ୍ତ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୨୦ ଏବଂ ୨୧ରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେବ । ଏଥି ସହିତ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଓ ଓସେପାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେ. ଆର ମହାରଣା ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ସୂଚନାରୁ ପ୍ରକାଶ ନିକଟରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦବୀ ପାଇଁ ଜାନୁଆରୀ ୧୭ରେ ୩୦ ଟି ଜିଲ୍ଲାରେ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ତଥା ମୂଳ ନିଯୁକ୍ତି ବିଜ୍ଞପ୍ତିରେ ରହିଥିବା ସର୍ତ୍ତାବଳୀ ପାଳନ ନ କରି ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ଫଳରେ ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.