ଯଦି ଝିଅମାନେ ହିଜାବ ପିନ୍ଧିବେ; ତେବେ ପୁଅମାନେ ଧୋତି ପିନ୍ଧିପାରିବେ କି?

ନୂଆଦିଲ୍ଲୀ : ବିଭିନ୍ନତା ମଧ୍ୟରେ ଏକତାର ଦେଶ ଭାରତ । ହେଲେ ଏହି ଏକତାକୁ ଭଙ୍ଗ କରିବାକୁ ବାରମ୍ବାର ଚେଷ୍ଟା କର।ଯାଉଛି । ତେବେ ସେ କଲେଜ ହେଉ କି ସ୍ଲୁଲ ବାରମ୍ବାର ହିଜାବ କିମ୍ବା ସ୍କାର୍ଫ ପିନ୍ଧାକୁ ନେଇ ଧାର୍ମିକ ମତଭେଦ ଦେଖାଦେଇଛି । ଏହାକୁ ନେଇ ରାଇଟ ଟୁ ଡ୍ରେସ ଏବଂ ରାଇଟ ଟୁ ଅନଡ୍ରେସର କଥା ଉଠିଛି । ପିଲାମାନଙ୍କୁ ନେଇ ବାରମ୍ବାର ରାଜନୀତି କର।ଯାଉଛି । ପୁଣି ଥରେ ସ୍କାର୍ଫକୁ ନେଇ ମତଭେଦ ଆରମ୍ଭ ହୋଇଛି । ମୁସଲିମ ସମ୍ପ୍ରଦାୟର ଝିଅମାନେ ସ୍ଲୁଲକୁ ୟୁନିଫରମ୍ ସହ ସ୍କାର୍ଫ ପନ୍ଧି ଯାଇପାରିବେ କି? ଏହାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଚିଂଛି । ତେବେ କୋର୍ଟର ଶୁଣାଣି ସମୟରେ ଓକିଲ ଦେବାନନ୍ଦ କାମତ ତାଙ୍କର ପକ୍ଷ ରଖିଥିଲେ । ଏହାସହ ଛାତ୍ରଛାତ୍ରୀ ମଧ୍ୟ ତାଙ୍କ କଥା ବିଚାରପତିଙ୍କ ଆଗରେ ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ଏକ ଗୁରୁତ୍ୱୁର୍ଣ୍ଣ ମାମଲାର ଶୁଣାଣି କରୁଛନ୍ତି ଏହି ପରିପ୍ରେକ୍ଷୀ ରେ ସ୍ଲୁଲ ୟୁନିଫର୍ମ ଥିବା ମୁସଲମାନ ଝିଅମାନେ ମୁଣ୍ଡରେ ପିନ୍ଧୁଥିବା ହିଜାବ ନିଷେଧ ସହ ଜଡିତ ।

ଏହି ମାମଲାରେ ଶୁଣାଣି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଦ୍ୱାରା କରାଯିବ । ତେବେ କୋର୍ଟର ଶୁଣାଣି ସମୟରେ ଓକିଲ ଦେବାନନ୍ଦ କାମତ ତାଙ୍କର ପକ୍ଷ ରଖିଥିଲେ । ଏହାସହ ଛାତ୍ରଛାତ୍ରୀ ମଧ୍ୟ ତାଙ୍କ କଥା ବିଚାରପତିଙ୍କ ଆଗରେ ପ୍ରକାଶ କରିଛନ୍ତି । ଏଥିପାଇଁ ପୃଥକ ପୃଥକ ଆବେଦନ କରିଥିବା ଓକିଲମାନେ ସେମାନଙ୍କର ଯୁକ୍ତି ଉପସ୍ଥାନା କରିଛନ୍ତି । ଯେତେବେଳେ ଓକିଲ ଦେବଦତ କାମତ ହିଜାବକୁ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି କହିଥିଲେ ।ସେତେବେଳେ ବେଚଂରେ ବସିଥିବା ଅନ୍ତର୍ଭୁକ୍ତ ଜଷ୍ଟିସ ଗୁପ୍ତା ଚାରିଥିଲେ ଯିଦି କେହି ଚୁଡିଦାର କିମ୍ବା ପୁଅମାନେ ଧୋତି ପିନ୍ଧିବାକୁ ଚାହଁନ୍ତି ତେବେ କଣ ଏଥିପାଇଁ ଅନୁମତି ଦିଆଯିବ? ବିଚାରପତିଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଓକିଲ ଦେବଦତ କାମତ କହିଥିଲେ ଯେ ସମ୍ବିଧାନର ଧାରା ୧୯ ସେକସନ(୧)ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ପ୍ରଦାନ କରିଛନ୍ତି । ଏହି ଅଧିକାର କଣ ପିନ୍ଧିବା ସୁନିଶ୍ଚିତ କରେ ।

ଏହା ଉପରେ ଜଷ୍ଟିସ ଗୁପ୍ତା କାମତ ଙ୍କୁ ପଚାରିଥିଲେ ଯେ ବର୍ତ୍ତମାନ ଆପଣ ରାଇଟ୍ ଟୁ ଡ୍ରେସ ବିଷୟରେ କହୁଛନ୍ତି । ତାପରେ ଆପଣ ରାଇଟ୍ ଟୁ ଅନଡ୍ରେସ କଥା କହିବେ । କୋର୍ଟ ରାଇଟ୍ ବିଷୟରେ ପଚାରି ନାହିଁ । ତେଣୁ ସିଧାସିଧା ଉତ୍ତର ରଖନ୍ତୁ କେହି ଚୁଡିଦାର କିମ୍ବା ଧୋତି ପିନ୍ଧି ଆସିବାକୁ ଚାହିଁବେ ତେବେ କଣ ସେମାନଙ୍କୁ ଅନୁମତି ଦିଆଯିବ ? ତେବେ ଏହାର ଉତ୍ତରରେ କମାତ କହିଛନ୍ତି ଯେ ଏଠାରେ ପ୍ରଶ୍ନ ହେଉଛି ଯେ ଧାରା ୧୯,୨୫, ଏବଂ ୨୬ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଉଚିତ ଅଧିକାର ଦେବାରେ ସରକାର ବିଫଳ ହୋଇଛନ୍ତି କି? ଏହା ସହ ସେ ଆହୁରି ମଧ୍ୟ କହିଛନ୍ତିଯେ ମୁଁ ଏଠାରେ ୟୁନିଫର୍ମର ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ମୋର ଯୁକ୍ତି ହେଉଛି ଯଦି ଜଣେ ଛାତ୍ର ସ୍ଲୁଲ ୟୁନିଫର୍ମ ପିନ୍ଧନ୍ତି ତେବେ ସରକାର ସେମାନଙ୍କୁ ମୁଣ୍ଡରେ ସ୍କାର୍ଫ ପିନ୍ଧିବାର ଅନୁମତି ଦେବା ବିଷୟରେ କହୁଛୁ । ଯାହା ସ୍ଲୁଲ ୟୁନିଫର୍ମ ସହିତ ମେଳ ଖାଉଥିବା ନା କି ହିଜାବ କଥା କହୁଛୁ ଯାହା ଶରୀରକୁ ସମ୍ପୁନ୍ନ ଘୋଡାଇବ । କେବଳ ସ୍କାର୍ଫ କଥା ହିଁ କହୁଛୁ । ଏହା କଣ ଜାତୀୟ ସୁରକ୍ଷା କିମ୍ବା ଶାନ୍ତି ଭଳି କୌଣସି ଗୁରୁତ୍ୱୁର୍ଣ୍ଣ ପ୍ରସଙ୍ଗରେ କାହାର ଧାର୍ମିକ ଭାବନାକୁ ଆଘାତ ଦେଇପାରେ କିମ୍ବା ଛାତ୍ରଙ୍କ ୟୁନିଫର୍ମକୁ କ୍ଷତି ହଚାଂଇପାରେ କି ? ଏହାର ଉଦାହରଣ ଦେବାକୁ ଯାଇ ଓକିଲ ଦେବଦତ କମାତ କୋର୍ଟ ପରିସରରେ ଥିବା ଜଣେ ମହିଳାଙ୍କୁ ଦେଖାଇ କହିଥିଲେଯେ କି କଳା କପଡାରେ ତାଙ୍କ ମୁଣ୍ଡକୁ ଆଚ୍ଛାଦନ କରିଥିଲେ ଏହା କଣ କାହରିକୁ ଅସୁବିଧା ହୋଇପାରେ ? କମାତ ଆହୁରିମଧ୍ୟ କହିଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟାଳୟରେ ହିଜାବ ସହ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦେଇଛି । ହେଲେ କର୍ଣ୍ଣାଟକ ହାଇକୋର୍ଟ ଯେତେବେଳେ ଏହି ଆବେଦନ କରାଗଲା କୋର୍ଟ ଏହାକୁ କେନ୍ଦ୍ରୀୟ ବିଦ୍ୟାଳୟର ନିୟମ ରାଜ୍ୟ ସରକାରୀ ବିଦ୍ୟାଳୟ ଠାରୁ ଭିନ୍ନ ବୋଲି କହି ମାମଲାକୁ ଖାରଜ କରିଥିଲେ । ଏହା ସହ କମାତ ଦକ୍ଷିଣ ଆଫ୍ରିକାର ଏକ କୋର୍ଟର ନିଷ୍ପତିକୁ ମଧ୍ୟ ଉଲ୍ଲେଖ କରିଥିଲେ । ଆହୁରି ମଧ୍ୟ କମାତ ଆମେରିକା ଏବଂ ବ୍ରିଟେନ ଭଳି ଦେଶର ଉଦାହରଣ ଦେଇଥିଲେ । ଏହା ଶୁଣି ବିଚାରପତି ଗୁପ୍ତା କହଥିଲେ ଆପଣ ଭାରତକୁ ଫେରି ଆସନ୍ତୁ । କାରଣ ସବୁ ଦେଶର ସମ୍ବିଧାନ ଭିନ୍ନ ଅଟେ । ଆମକୁ ଆମ ଦେଶ ଭାରତର ସମ୍ବିଧାନର ପାଳନ କରିବା ଆବଶ୍ୟକ। ତେବେ ଏହି ପରି ବହୁ ସମୟ ଧରି କଥାକଟାକଟି ପରେ ଗତ ବୁଧବାର ମାମଲାକୁ ସ୍ଥଗିତ ରଖ।ଯାଇଛି । ଆଜି ପୁଣି ଥରେ ଏହି ମାମଲାରେ ପୁଣି ଥରେ ଶୁଣାଣି ଜାରି ରହିଛି । ତେବେ ଗୁରୁବାରର ଶୁଣାଣି ପରେ ଜଣାପଡିବ ଯେ ପିଲା ସ୍ଲୁଲକୁ ସ୍କାର୍ଫ ପିନ୍ଧି ଆସି ପାରିବେ ନା ନାହିଁ ।

ଯଦି ଝିଅମାନେ ହିଜାବ ପିନ୍ଧିବେ ତେବେ ପୁଅମାନେ ଧୋତି ପିନ୍ଧିପାରିବେ କି?