fbpx

ସାବୁନ-ସାମ୍ପୁ ଏବଂ ଡିଟର୍ଜେଣ୍ଟ ବି ହେଲା ମହଙ୍ଗା, FMCG କମ୍ପାନୀଗୁଡ଼ିକ ବଢାଇଲେ ମୂଲ୍ୟ

Advertisement

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିବା ସ୍ୱପ୍ନ ହୋଇଯାଇଛି । ପରିବା ଦରରେ ବୃଦ୍ଧି ଘଟିବା ଲୋକଙ୍କୁ ଚିନ୍ତାରେ ପକାଇଛି । ହେଲେ ବର୍ତ୍ତମାନ ଏଫଏମସିଜି କମ୍ପାନୀମାନ ସାଧାରଣ ଲୋକଙ୍କୁ ମହଙ୍ଗା ଝଟକା ଦେଇଛନ୍ତି । ଗତ ୨ରୁ ୩ ମାସରେ ଏଫଏମସିଜି କମ୍ପାନୀ ନିଜ ଫୁଡ ଏବଂ ପର୍ସନାଲ କେୟାର ପ୍ରଡକ୍ଟସମୂଲ୍ୟରେ ୨ ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି ।

ବିଜନେସର ଏକ ରିପୋର୍ଟ ମୁତାବକ ଏଫଏମସିଜି କମ୍ପାନୀମାନ ସାବୁନ ଏବଂ ବଡି ୱାସ ପରି ପ୍ରଡକ୍ଟସର ମୂଲ୍ୟରେ ୨ ରୁ ୯ ପ୍ରତିଶତ ପର୍ଯ୍ୟନ୍ତ ବଢାଇଛନ୍ତି । ହେୟାର ଅଏଲର ମୂଲ୍ୟରେ ୮ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପଟେ ଚୟନ ଫୁଡ ଆଇଟମ୍ସ ମୂଲ୍ୟରେ ୩ ରୁ ୧୭ ପ୍ରତିଶତ ମହଙ୍ଗା ହୋଇଛି । ୨୦୨୨ ଏବଂ ୨୦୨୩ର ଆରମ୍ଭରେ ମଧ୍ୟ ଖର୍ଚ୍ଚ ଏବଂ ଇନପୁଟ ଖର୍ଚ୍ଚ ବୃଦ୍ଧି ହେତୁ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିଥିଲେ । ହେଲେ ଆର୍ଥିକ ବର୍ଷ ୨୦୨୩-୨୪ରେ କାମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି ପାଇଁ ବାରଣ କରିଥିଲେ । ହେଲେ ବର୍ତ୍ତମାନ ପୁଣି ଥରେ ଏଫଏମସିଜୀ କମ୍ପାନୀଗୁଡିକ ଦର ବୃଦ୍ଧି କରିବା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.