fbpx

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ରାଜନୀତି ମୈଦାନରେ ୪୧୨ଜଣ ପ୍ରାର୍ଥୀ

Advertisement

ହିମାଚଳପ୍ରଦେଶ: ଆରମ୍ଭ ହୋଇସାରିଛି ହିମାଚଳ ପ୍ରଦେଶର ନିର୍ବାଚନ ଭୋଟ ଗ୍ରହଣ ପ୍ରକ୍ରିୟା । ସେଥିପାଇଁ ସକାଳ ୮ଟାରେ ଆରମ୍ଭ ହୋଇସାରିଛି ଭୋଟିଂ ପ୍ରକିୟା । ଏହା ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ୬୮ଟି ବିଧାନସଭା ସିଟ ପାଇଁ ମତଦାନ କରିବେ ଭୋଟର । ତେଣୁ ଏଥର ପ୍ରଦେଶରେ ୫୫,୯୨,୮୨୮ ମତଦାତା ୪୧୨ ଜଣ ପାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୧୨ଜଣଙ୍କ ମଧ୍ୟରୁ ୨୪ଜଣ ମହିଳା ପାର୍ଥୀ ମଧ୍ୟ ଅଛନ୍ତି ।

ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ । ହିମାଚଳପ୍ରଦେଶରେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ଅଛି । ଏଥିରେ ୨୮୫୪୯୪୪୫ ମହିଳା ଥିବାବେଳେ ୨୭୩୭୮୪୫ ପୁରୁଷ ସହ ୩୮ଟି ତୃତୀୟ ଲିଙ୍ଗି ଅଛନ୍ତି । ତେବେ ମତଦାନ ପାଇଁ ପ୍ରଥମେ ହମିରପୁର ଜିଲ୍ଲାର ସମିରପୁର ବିଧାନସଭା ସ୍ଥିତ ଭୋରଜ ଠାରେ ୩୬ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି । ସେହିପରି ମଣ୍ଡିଜିଲ୍ଲାର ସିରାଜ ବିଧାନସଭା ପାଇଁ ୪୪ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି ।

ଏହାଛଡା ମତଦାନ ପାଇଁ ଭୋଟକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ଏଥିପାଇଁ ୧୧୮୮୦ ଜଣ ପୁଲିସ କର୍ମଚାରୀଙ୍କ ସହ ୮୩୮୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ମତଦାନ ପାଇଁ ୩୧୫୩୬ ରାଜ୍ୟ କର୍ମଚାରୀଙ୍କୁ ଭୋଟିଂ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ତେବେ ମତଦାନ ପାଇଁ ସମୁଦାୟ ୭ହଜାର ୮ଶହ ୮୧ଟି ମତଦାନ କେନ୍ଦ୍ରକରାଯାଇଛି । ଏଥିରେ ୭୨୩୫ଟି କେନ୍ଦ୍ର ଗ୍ରାମୀଣ ପାଇଁ ଥିବାବେଳେ ମାତ୍ର ୬୪୬ଟି ମତଦାନ କେନ୍ଦ୍ର ସହର ପାଇଁ କରାଯାଇଛି । ଏହାଛଡ଼ା ୧୫୭ଟି ମତଦାନ କେନ୍ଦ୍ରକୁ ମହିଳା ମାନଙ୍କ ଦ୍ୱାରା ସଂଚାଳନ କରାଯିବ ବୋଲି ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.