fbpx

ହିମାଚଳ ପ୍ରଦେଶ ରାଜନୀତି ହଲଚଲ୍: ସୁଖୁ ସରକାର ଆସ୍ଥା ହରାଇଥିବା କହିଲା ବିଜେପି, ରାଜ୍ୟପାଳଙ୍କୁ ଭେଟିଲେ ଜୟରାମ ଠାକୁର

ନୂଆଦିଲ୍ଲୀ: ଗତକାଲି ଦେଶର ୩ଟି ରାଜ୍ୟର ୧୫ଟି ରାଜ୍ୟସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଥିବା ବେଳେ ହିମାଚଳ ପ୍ରଦେଶର ଗୋଟିଏ ଆସନକୁ ନେଇ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ କଂଗ୍ରେସ ନିକଟରେ ବହୁମତ ରହିଥିଲେ ହେଁ ଶେଷରେ ବିଜେପି ବାଜି ମାରିନେଇଥିଲା । ମୋଟ ୬୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-କଂଗ୍ରେସକୁ ୩୪-୩୪ଟ ଲେଖାଏଁ ଭୋଟ ମିଳିଥିଲା । ତା’ପରେ ପର୍ଚି ପକାଯାଇଥିଲ ଓ ସେଥିରେ ବିଜେପି ଜିତିଥିଲା ।

ତେବେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ ଭୋଟିଂ କରିବା ପରେ ଏବେ ରାଜ୍ୟରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆସ୍ଥା ହରାଇଛନ୍ତି ତେଣୁ ସେ ପଦ ଛାଡ଼ିବା ଦରକାର ବୋଲି ବିଜେପି କହିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସୁଖୁ ତାହାକୁ ଖଣ୍ଡନ କରିଛନ୍ତି । ଆଗକୁ ବିଧାନସଭାର ବାର୍ଷିକ ଅଧିବେଶନେରେ ଅର୍ଥ ବିଲ ଆଗକୁ ହେବାକୁ ଥିବାବେଳେ ସେ ସମୟରେ ଭୋଟିଂ ସମୟରେ ସୁଖୁ ସରକାରକୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

କଂଗ୍ରେସ ବିଧାୟକ ଓ ୩ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିବା ଫଳରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ପରାସ୍ତ ହୋଇଥିଲେ ଓ ବିଜେପି ପ୍ରାର୍ଥୀ ହର୍ଷ ପଟେଲ ବିଜୟୀ ହୋଇଥିଲେ । ଏହା ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଭୋଟିଂ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ କ୍ରସ ଭୋଟିଂ କରିଥିବା ବିଦ୍ରୋହୀ ବିଧାୟକମାନଙ୍କୁ କଂଗ୍ରେସ ନୋଟିସ୍ ଜାରି କରିବା ସହିତ ଆଜି ଦିନ ୧ଟା ସୁଦ୍ଧା ଜବାବ ଦେବାକୁ କହିଛି । କଂଗ୍ରେସର ୬ ଜଣ ବିଧାୟକ ରାଜିନ୍ଦର ରାଣା, ସୁଧିର ଶର୍ମା, ଚୌତନ୍ୟ ଶର୍ମା, ଇନ୍ଦର ଦତ୍ତ ଲଖନପାଲ, ଦାଭିନ୍ଦର କୁମାର ଭୂଟ୍ଟୋ ଓ ରବି ଠାକୁର ଏବଂ ୩ ଜଣ ସ୍ୱାଧୀନ ବିଧାୟକ ଆଶିଷ ଶର୍ମା, କେଏଲ ଠାକୁର, ହୋଶ୍ୟାର ସିଂହ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିଲେ ।

Get real time updates directly on you device, subscribe now.