fbpx

କ୍ୟାନ୍ସର ପୀଡିତ ହିନା ଖାନ ସେୟାର କଲେ ବୟଫ୍ରେଣ୍ଡଙ୍କ ସହ ସ୍ପେଶାଲ ପୋଷ୍ଟ, ମେସେଜରେ କହିଲେ ହୃଦୟର କଥା

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ କ୍ୟାନ୍ସର ସହ ଲଢେଇ କରୁଛନ୍ତି । ଏହାରି ମଧ୍ୟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ବୟଫ୍ରେଣ୍ଡ ରକି ଜୈଶୱାଲଙ୍କ ପାଇଁ ଏକ ହୃଦୟକୁ ଛୁଇଁଲା ଭଳି ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ହିନା ବ୍ରେଷ୍ଟ କ୍ୟାନ୍ସର ସହ ଲଢେଇ ସମୟରେ ରକିଙ୍କ ସପୋର୍ଟ ଏବଂ ପ୍ରେମ ପାଇଁ ତାଙ୍କୁ ଡେଡିକେଟ କରିଛନ୍ତି ।

ହିନା ଖାନ ନିଜ ଅଭିନୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି, ଏହି ବିପଦ ସମୟରେ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ସେ ପ୍ରେରଣା ଦେଉଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଫ୍ୟାନ୍ସଙ୍କୁ ନିଜ ସ୍ୱାସ୍ଥ୍ୟ ଅପଡେଟ ଦେଉଛନ୍ତି । ଅନେକ ଥର ସେ ଚିକିତ୍ସା ସମୟରେ ନିଜର କଷ୍ଟଦାୟକ ଅନୁଭବକୁ ମଧ୍ୟ ସେୟାର କରନ୍ତି । ସେହିଭଳି ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ମେସେଜ ସେୟାର କରିଛନ୍ତି । ଏହି ପୋଷ୍ଟରେ ହିନା ଏବଂ ରକି ବ୍ଲାକ କଲରର ସାର୍ଟ ଏବଂ ବ୍ଲୁ ଡେନିମରେ ଦେଖାଯାଉଛନ୍ତି । ହିନା ରକିଙ୍କୁ ନିଜ ଶକ୍ତି ବୋଲି କହି ଲେଖିଛନ୍ତି ଯେ, ତୁମେ ସବୁଠାରୁ ଭଲ । ଆଲ୍ଲା ତୁମକୁ ସବୁବେଳେ ଆଶୀର୍ବାଦ କରନ୍ତୁ ।

Get real time updates directly on you device, subscribe now.