ରୀତି ନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପଣୀ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ସାତ ଫେରା ଏବଂ ଅନ୍ୟ ରୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ । ହାଇକୋର୍ଟ ଏକ ଅଭିଯୋଗ ମାମଲାର ସଂପୂର୍ଣ୍ଣ ରଦ୍ଧ କରିଛନ୍ତି ଯେଉଁଥିରେ, ଅଭିଯୋଗ ହୋଇଛି ଯେ, ତାଙ୍କ ସ୍ତ୍ରୀ ଛାଡପତ୍ର ନ ନେଇ ଦ୍ୱିତୀୟ ବିବାହ କରିଛନ୍ତି । ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ ।

ସ୍ମୃତି ସିଂହ ଦ୍ୱାରା ଦାଖଲ କରାଯାଇଥିବା ପିଟିସନକୁ ସ୍ୱିକାର କରି ନ୍ୟାୟମୂର୍ତ୍ତି ସଂଜୟ ସିଂହ କହିଛନ୍ତି ଯେ, ‘ସ୍ଥାପିତ ନିୟମ ଅନୁଯାୟୀ, ଅନୁଷ୍ଠାନ ଶବ୍ଦର ଅର୍ଥ ଉଚିତ ସମାରୋହ ଏବଂ ଉଚିତ ରୂପରେ ବିବାହର ଉତ୍ସାହ ସହ ମନାଇବା । ଯେଉଁ ପର୍ଯ୍ୟନ୍ତ ବିବାହ ଉଚିତ ଢଙ୍ଗରେ ସଂପନ୍ନ ହୋଇ ନାହିଁ ସେହି ପର୍ଯ୍ୟନ୍ତ ବିବାହକୁ ସଂପୂର୍ଣ୍ଣ ଭାବେ ଧରାଯିବନି । କୋର୍ଟ କହିଛନ୍ତି ଯେ, ‘ ଯଦି ବିବାହ ବୈଧ ବିବାହ ନୁହେଁ, ତେବେ ପାର୍ଟୀମାନଙ୍କ ଉପରେ ଲାଗିଥିବା ଆଇନ ଅନୁଯାୟୀ, ଏହା ଆଇନ ଆଖିରେ ବିବାହ ନୁହେଁ । ହିନ୍ଦୁ ନିୟମ ଅନୁଯାୟୀ, ଏକ ବୈଧ ବିବାହର ଅନ୍ୟତମ ଉପାଦାନ ହେଉଛି ‘ସପ୍ତପଦୀ’ ସମାରୋହ, କିନ୍ତୁ ବର୍ତ୍ତମାନ ମାମଲାରେ ଏହା ଅଭାବ ଅଛି ।

ପିଟିସନ ଦାଖଲ କରିଥିବା ସ୍ମୃତି ସିଂହଙ୍କ ବିବାହ ୨୦୧୭ରେ ସତ୍ୟମ ସିଂହଙ୍କ ସହ ହୋଇଥିଲା, ହେଲେ ପାରିବାରିକ କଳହ ପାଇଁ ସେ ଶାଶୁଘର ଛାଡିଦେଇଥିଲେ ଏବଂ ଯୌତୁକ ପାଇଁ ନିର୍ଯାତନା କରିବାର ଏଫଆଇଆର ଦାଖଲ କରିଥିଲେ । ତଦନ୍ତ ପରେ ପୋଲିସ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ଅବେଦନ ପତ୍ର ଦାଖଲ କରିଥିଲେ । ଏହାପରେ ସତ୍ୟମ ନିଜ ସ୍ତ୍ରୀଙ୍କ ଉପରେ ଦ୍ୱିତୀୟ ବିବାହର ଅଭିଯୋଗ ଲଗାଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ପାଖେ ଅବେଦନ କରିଥିଲେ । ତଦନ୍ତ ପରେ ଜଣା ପଡିଥିଲା ଯେ, ଏହି ଅଭିଯୋଗ ମିଥ୍ୟା ଅଟେ ।

ଏହାପରେ ସତ୍ୟମ ୨୦ ସେପ୍ଟେମ୍ବର ୨୦୨୧ରେ ନିଜ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଏବଂ ଅଭିଯୋଗ ଲଗାଇଲେ ଯେ, ସେ ଦ୍ୱିତୀୟ ବିବାହ କରିଛନ୍ତି । ୨୧ ଅପ୍ରେଲ ୨୦୨୨ରେ ମିର୍ଜାପୁରର ସଂପୃକ୍ତ ମାଜିଷ୍ଟ୍ରେଟ ସ୍ମୃତିଙ୍କୁ ଡକାଇଥିଲେ । ଏହା ପରେ ସେ ସମସ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଉପସ୍ଥିତିରେ ଅବେଦନ କରିଥିଲେ ।