fbpx

‘ଭାରତରେ ହିନ୍ଦୁଧର୍ମ ପ୍ରାଚୀନ କାଳରୁ ରହି ଆସିଛି, ମୁସଲମାନ କେବଳ ଧର୍ମ ପରିବର୍ତ୍ତର ଫଳ’: ଗୁଲାମ ନବୀ ଆଜାଦ

ନୁଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ହୋଇ ଜନ୍ମ ହୋଇଥିଲେ । ପରେ ମୁସଲମାନମାନେ ବାହାରୁ ଆସି ଏହି ମହାନ ଦେଶରେ ବସବାସ କରୁଛନ୍ତି । ଯଦି ଭାରତରେ ଆଜି କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ମୁସଲମାନଙ୍କର ଅସ୍ତିତ୍ୱ ରହିଛି, ତେବେ କେବଳ ଧର୍ମ ପରିବର୍ତ୍ତନର ଫଳ। ଭାରତରେ ସମସ୍ତେ ହିନ୍ଦୁ ହୋଇ ଜନ୍ମ ହୁଅନ୍ତି । ପୁର୍ବତ୍ତନ କଂଗ୍ରେସ ନେତା ଗୁଲାମ ନବି ଭାରତୀୟ ଧର୍ମ ଉପରେ ଆଲୋଚନା କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୁଲାମ ନବି କହୁଛନ୍ତି, “ଇସଲାମ ପ୍ରାୟ ୧,୫୦୦ ବର୍ଷ ପୂର୍ବେ ଉତ୍ପନ୍ନ ହୋଇଥିବାବେଳେ ହିନ୍ଦୁ ଧର୍ମ ପ୍ରାଚୀନ ଅଟେ । କିଛି ମୁସଲମାନ ହୁଏତ ବହାରୁ ଆସି ମୋଗଲ ସୈନ୍ୟବାହିନୀରେ ସେବା କରିଥାଇ ପାରନ୍ତି । ତା’ପରେ ଲୋକମାନେ ହିନ୍ଦୁ ଧର୍ମରୁ ଭାରତରେ ଇସଲାମକୁ ଧର୍ମ ଗ୍ରହଣ କରିଥିଲେ ।”

ସେହିପରି “କାଶ୍ମୀରରେ ଏକ ପ୍ରମୁଖ ଦୃଷ୍ଟାନ୍ତ ଦେଖାଯାଏ, ଯେଉଁଠାରେ ଲୋକମାନେ ଇସଲାମ ଧର୍ମ ଗ୍ରହଣ କରିବା ପୂର୍ବରୁ ୬୦୦ ବର୍ଷ ପୂର୍ବେ କାଶ୍ମୀର ପଣ୍ଡିତ ଥିଲେ । ଏହା ମୋତେ ପ୍ରମାଣିତ କରେ ଯେ ସମସ୍ତେ ପ୍ରଥମେ ଏକ ହିନ୍ଦୁ ଐତିହ୍ୟ ସହିତ ଜନ୍ମ ହୋଇଛନ୍ତି । ହିନ୍ଦୁ, ମୁସଲମାନ, ରାଜପୁତ, ବ୍ରାହ୍ମଣ, ଦଲିତ, କାଶ୍ମୀର, କିମ୍ବା ଗୁଜରା, ଆମେ ସମସ୍ତେ ଏହି ମାତୃଭୂମିର ଅଂଶ ଅଟୁ । ଆମର ମୂଳ ଏହି ଦେଶରେ ଅଛି, ଏବଂ ଜୀବନ ଜୀଇବା ପରେ ଆମେ ପୁଣି ଫେରିଯିବା, “ଆଜାଦ କହୁଛନ୍ତି ।

ଗତବର୍ଷ ଅଗଷ୍ଟ ମାସରେ ଗୁଲାମ ନବି ଆଜାଦ କଂଗ୍ରେସ ଛାଡ଼ିଥିଲେ । ସେ ଦଳରୁ ଚାଲିଯିବା ପରେ କଂଗ୍ରେସ ପାଇଁ ଏହା ଏକ ବଡ଼ ଝଟକା ଥିଲା । ଏହି ସମୟରେ ସେ କଂଗ୍ରେସ ଦଳର ଅନେକ ଗୁମର କଥା ମଧ୍ୟ କହି ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.