fbpx

ହୀରାକୁଦ ଛାଡ଼ିଲା ଆଉ ୩ଟି ଗେଟ୍: ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରେ ବୃଦ୍ଧି ପାଉଛି ଜଳସ୍ତର

ହୀରାକୁଦ: ହୀରାକୁଦ ନଦୀବନ୍ଧରେ ବୃଦ୍ଧି ପାଉଛି ଜଳସ୍ତର । ଉପମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପୁଣି ୩ଟି ଗେଟ୍ ଖୋଲିଛି ହୀରାକୁଦ ନଦୀବନ୍ଧ । ପୂର୍ବରୁ ୫ଟି ଗେଟ୍ ଖୋଲିଥିବା ଡ୍ୟାମର ଏବେ ଆଉ ୩ଟି ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ହେଉଛି । ତେବେ ବଢୁଥିବା ବନ୍ୟାପାଣିକୁ ରୋକିବା କଷ୍ଟ ହେଉଥିବାରୁ ଧିରେ ଧିରେ ଗେଟ୍ ଖୋଲାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରେ ବୃଦ୍ଧି ପାଉଛି ଜଳସ୍ତର । ଯାହାଫଳରେ ହୀରାକୁଦରେ ଅଧିକ ଗେଟ୍ ଖୋଲିବା ପାଇଁ ବାଧ୍ୟ ହୋଇଛି ।

 

Get real time updates directly on you device, subscribe now.