fbpx

ଐତିହାସିକ ନିଷ୍ପତ୍ତି: ଏଣିକି NDAରେ ଝିଅଙ୍କୁ ଅନୁମତି

ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷା ଏକାଡେମୀ-ଏନଡିଏରେ ଝିଅଙ୍କୁ ମିଳିବ ପ୍ରବେଶ ଅନୁମତି । ଏନେଇ ଗତକାଲିର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କୁ ଆଜି ଜଣାଇଛନ୍ତି କେନ୍ଦ୍ର ସରକାର । ୩ ବାହିନୀର ମୁଖ୍ୟଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଭାରତର ସଶସ୍ତ୍ର ବାହିନୀ ଏକ ସମ୍ମାନଜନକ ପ୍ରତିରକ୍ଷା ବଳ । ସଶସ୍ତ୍ର ବାହିନୀରେ ଲିଙ୍ଗ ବୈଷମ୍ୟ ଦୂର ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଭାରତର ସଶସ୍ତ୍ର ବାହିନୀରେ ସ୍ଥାନୀୟ କମିଶନଙ୍କ ପାଇଁ ମହିଳାମାନେ ବି ଏନଡିଏରେ ଭର୍ତ୍ତି ହୋଇପାରିବେ । ନିକଟରେ କେନ୍ଦ୍ର ଓ ଭାରତୀୟ ସେନାଙ୍କ ନୀତିକୁ ତାଗିଦ କରିଥିଲେ ସୁପ୍ରିମକୋର୍ଟ ଓ ଏହି ଘଟଣାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଚଳିତବର୍ଷରେ ହେବାକୁ ଥିବା ପରୀକ୍ଷାରେ ମହିଳାଙ୍କୁ ବସିବାକୁ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.