fbpx

ହାଇଟେକ୍ ଜମି ଦୁର୍ନୀତି ମାମଲା: ୩ ମାସ ମଧ୍ୟରେ ଟଙ୍କା ଫେରିପାଇବେ ଜମାକାରୀ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ହାଇଟେକ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଜମାକାରୀମାନେ ଖୁବଶୀଘ୍ର ସେମାନଙ୍କର ଜମା ଟଙ୍କା ଫେରିପାଇବେ । ଯେଉଁ ଜମାକାରୀ ଟଙ୍କା ପାଇନଥିବେ, ୩ ମାସ ଭିତରେ ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ୨୧ ହଜାର ଜମାକାରୀ ଉପକୃତ ହେବେ ବୋଲି କୁହାଯାଇଛି ।

୨୧ ହଜାର ଜମାକାରୀଙ୍କ ଟଙ୍କା ପ୍ରଦାନରେ ଅନିୟମିତତା ନେଇ ହାଇଟେକର ମୁଖ୍ୟ ତିରୁପତି ପାଣିଗ୍ରାହୀ ପୂର୍ବରୁ ଗିରଫ ହୋଇଥିଲେ । ତେବେ ୩ ମାସ ମଧ୍ୟରେ ଜମାକାରୀଙ୍କ ଟଙ୍କା ଫେରାଇବାକୁ କଟକ ଏଡିଏମଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୯ରେ ଓପିଆଇଡି କୋର୍ଟକୁ ସୁଧ ସହ ସୁପ୍ରିମକୋର୍ଟ ରେଫର କରିଥିଲେ । ଜାମିନରେ ବାହାରିବାକୁ ତିରୁପତି ୨୦୧୬ରେ ସୁପ୍ରିମକୋର୍ଟରେ ୬୩ କୋଟି ୫୫ ଲକ୍ଷ ଟଙ୍କା ଜମା କରିଥିଲେ ।

Get real time updates directly on you device, subscribe now.