fbpx

ହକି ଆନ୍ଥେମ ପ୍ରସ୍ତୁତ କରି ଓଡିଶାକୁ ଗର୍ବିତ କଲେ ପ୍ରେମ ଆନନ୍ଦ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଓଡିଶାର ମନ୍ତ୍ରୀ ମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କୁ ହକି ମହାକୁମ୍ଭ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି । ହକି ବିଶ୍ୱ କପ ପାଇଁ ଏବେ ଓଡିଶା ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟୁଛି । କାରଣ ପ୍ରଥମ ଥର ନୁହେଁ ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡିଶା ହକି ପୁରୁଷ ବିଶ୍ୱକପ ଆୟୋଜନ କରୁଛି ।


ତେବେ ୧୧ ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ବଲିଉଡର ବହୁ ନାମିଦାମୀ କଳାକାର ମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ଓଡିଶା ପାଇଁ ଆଉ ଏକ ଗୌରବ କଥା ହେଉଛି ଯେ ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆନ୍ଥେମକୁ ସ୍ବ‌ରରେ ସଜାଇଛନ୍ତି ବଲିଉଡ୍‌ର ପ୍ରଖ୍ୟାତ ଗୀତିକାର ସମୀର ଲେଖିଥିବା ବେଳେ ଗାଇଛନ୍ତି ସୁଖ୍‌ବିନ୍ଦର ସିଂହ। ଗତ ନଭେମ୍ବର ମାସରେ ଏହି ଆନ୍ଥେମର ନିର୍ଦ୍ଦେଶନା ଦେବା ପାଇଁ ପ୍ରେମ ଆନନ୍ଦଙ୍କୁ ଦାୟିତ୍ବ ଦିଆଯାଇଥିଲା।୧୧ ତାରିଖ ଦିନ ଏହି ଆନ୍ଥେମଟି ଲୋକାର୍ପିତ
ହେବାକୁ ଯାଉଛି।
ଏହି ଗୀତ ପାଇଁ ପ୍ରାୟ ଏକ ମାସ ସମୟ ଲାଗି ଥିଲା। ସୂଚନାମୁତାବକ ହକି ଇଣ୍ଡିଆ ଭଳି ଏକ ଜାତୀୟସ୍ତରୀୟ କ୍ରୀଡ଼ା ଅନୁଷ୍ଠାନ ପାଇଁ ପ୍ରସ୍ତୁତ ଆନ୍ଥେମର ସ୍ବର କରିବାରେ ପ୍ରେମ ଆନନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ। ଏଥିପାଇଁ ସେ ହକି ଇଣ୍ଡିଆକୁ ଧନ୍ୟବାଦ ଦେଇଛନ୍ତି।

୨୦୧୮ରେ ପ୍ରଥମଥର ପାଇଁ ଓଡ଼ିଶାରେ ହକି ବିଶ୍ବକପ ହୋଇଥିବାବେଳେ ୨୦୨୩ ଲଗାତାର ଭା‌ବେ ଦ୍ବିତୀୟଥର ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ସମଗ୍ର ଓଡ଼ିଶା ଗର୍ବିତ ।

Get real time updates directly on you device, subscribe now.