fbpx

ହକି ବିଶ୍ୱକପ୍‍: ଚାମ୍ପିଅନ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ, ଘୋଷଣା କଲା ହକି ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ । ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଦଳ ଚାମ୍ପିଅନ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଓ ସହଯୋଗୀ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ସେହିପରି ରୌପ୍ୟ ପଦକ ଜିତିଲେ ଖେଳାଳିଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଲେଖାଏଁ ମିଳିବ । କାଂସ୍ୟ ପଦକ ଜିତିଲେ ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଓ ସହଯୋଗୀ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ସେହିପରି ଓଡ଼ିଶା ସରକାର ମଧ୍ୟ ବିଶ୍ୱକପ ବିଜୟ ପାଇଁ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରି ଅର୍ଥରାଶି ସହିତ ପୁରସ୍କୃତ କରିପାରନ୍ତି। ପୂର୍ବରୁ 2021 ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କ ସମେତ ଭାରତୀୟ ଦଳକୁ ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇ ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିବା ବେଳେ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

 

Get real time updates directly on you device, subscribe now.