fbpx

ହକି ବିଶ୍ୱକପ: ଜର୍ମାନୀ ବିଶ୍ୱ ଚାମ୍ପିୟନ, ସୁଟ୍‌ଆଉଟ୍‌ରେ ବେଲଜିୟମ ପରାସ୍ତ

ଭୁବନେଶ୍ୱର: ହକି ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଜର୍ମାନୀ । ଚାରି କ୍ୱାଟର ସୁଦ୍ଧା ଗୋଲ୍ ସମାନ ରହିବାରୁ ମ୍ୟାଚ୍ ଅମିମାଶିଂତ ରହିବାରୁ ସୁଟ୍‌ଆଉଟ୍‌କୁ ଯାଇଥିଲା ମ୍ୟାଚ୍ । ଏଥିରେ ଜର୍ମାନୀ ୩(୫)-୩(୪)ରେ ବେଲଜିୟମକୁ ହରାଇ ବିଶ୍ୱ ଚାମ୍ପିୟମ ହୋଇଛି ।

ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୁର୍ଣ୍ଣ ରହିଥିଲା । ପ୍ରଥମ କ୍ୱାଟରରେ ୯ ଓ ୧୦ମ ମିନିଟ୍‌ରେ ବେଜଲିୟମ ଦୁଇଟି ଗୋଲ୍ ଦେଇ ଜର୍ମାନୀକୁ ବ୍ୟାକଫୁଟ୍‌ରେ ରଖିଥିଲା । ତେବେ ଦ୍ୱିତୀୟ କ୍ୱାଟରରେ ଜର୍ମାନୀ ଗୋଟିଏ ଗୋଲ୍ ଦେଇଥିଲା । ଏହାପରେ ୪୦ ଓ ୪୭ ତମ ମିନିଟ୍‌ରେ ଜର୍ମନୀ ଆଉ ଦୁଇଟି ଗୋଲ୍ ଦେଇ ୩-୨ରେ ଆଗୁଆ ରହିଥିଲା । କିନ୍ତୁ ଶେଷ ଦୁଇ ମିନିଟ୍ ପୁର୍ବରୁ ବେଲଜିୟମ ୫୮ ତମ ମିନିଟ୍‌ରେ ଆଉ ଏକ ଗୋଲ୍ ଦେଇ ସ୍ଥିତି ବରାବରକୁ ଆଣିଥିଲା । ଫଳା ଫଳ ନବାହାରିବାରୁ ମ୍ୟାଚ୍ ସୁଟ୍‌ଆଉଟ୍ କୁ ଯାଇଥିଲା।

Image

ଏହା ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ୍‍ସ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‍ରେ ୩-୧ ଗୋଲରେ ନେଦରଲ୍ୟାଣ୍ଡସ୍‍ ଅଷ୍ଟ୍ରେଲିଆକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛି। ଆୟୋଜକ ଭାରତ ଏହି ବିଶ୍ୱକପ୍‍ରେ ଯୁଗ୍ମ ୯ମ ସ୍ଥାନ ସହ ନିଜ ଅଭିଯାନ ଶେଷ କରିଛି। ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ପୋଜିସନ ମ୍ୟାଚ୍‍ରେ ଭାରତ ୫-୨ ଗୋଲ୍‍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ସହ ଆର୍ଜେଣ୍ଟିନା ସହିତ ଯୁଗ୍ମ ୯ମ ସ୍ଥାନରେ ରହିଛି।

Get real time updates directly on you device, subscribe now.