fbpx

ହକି ବିଶ୍ୱକପ୍‌ ଆୟୋଜନ ନେଇ ଉଚ୍ଚସ୍ତରୀୟ ବୈଠକ, ପୂର୍ବ ବିଶ୍ୱକପ ଅପେକ୍ଷା ଅଧିକ ସଫଳତାର ସହିତ ଆୟୋଜନ କରାଯିବାକୁ ଲକ୍ଷ୍ୟ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ନେଇ ସୋମବାର ସ୍ଥାନୀୟ ଲୋକସଭା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ ଓଡିଶା ୨୦୧୮ରେ ହକି ବିଶ୍ୱକପ ଓ ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନଶିପ ସଫଳତାର ସହିତ ଆୟୋଜନ ହୋଇ ଥିବା ବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ହକି ବିଶ୍ୱକପକୁ କିପରି ପୂର୍ବ ବିଶ୍ୱକପ ଅପେକ୍ଷା ଅଧିକ ସଫଳତାର ସହିତ ଆୟୋଜନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡ୍ୟାୟନ ,ବିଭିନ୍ନ ବିଭାଗର ମୁଖ୍ୟ ସଚିବ ଓ ମୁଖ୍ୟ ଯୋଗ ଦେଇ ଥିବା ବେଳେ କଟକ ଓ ରାଉରକେଲା ପ୍ରଶାସନର ମୁଖ୍ୟମାନେ ଭିଡିଓ କନଫେରେନ୍ସି ଯୋଗେ ଏହି ବୈଠକରେ ଯୋଗ ଦେଇ ଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ଦୁଇ ସହରରେ ଆଗାମୀ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ସଫଳ କରିବା ଆମ ପାଇଁ ନିଶ୍ଚିତ ଏକ ବଡ଼ ଚ୍ୟାଲେଞ୍ଜ ।

୨୦୧୮ ବିଶ୍ୱକପ୍‌ ସଫଳତାର ସହ ଆୟୋଜନ ହେବା ସଙ୍ଗେସଙ୍ଗେ ସମଗ୍ର ବିଶ୍ୱରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଥିଲା । ତେବେ ପୂର୍ବ ବିଶ୍ୱକପ୍‌ ଅପେକ୍ଷା ଏଥର ବିଶ୍ୱକପ୍‌ ଅଧିକ ସ୍ମରଣୀୟ ଓ ଉଚ୍ଚକୋଟିର କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରାଯିବ । ଏଥିାଇଁ ସମସ୍ତ ବିଭାଗ ନିଷ୍ଠାପର ସହିତ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନେଉଛନ୍ତି । ସେହିପରି ୫- ଟି ସଚିବ ଭି.କେ. ପାଣ୍ଡିଆନ୍‌ କହିଛନ୍ତି ଯେ, ଦ୍ୱିତୀୟଥର ପାଇଁ ଓଡ଼ିଶା ବିଶ୍ୱକପ୍‌ ଆୟୋଜନ କରିବା ଗର୍ବର ବିଷୟ । ଏହି ବିଶ୍ୱକପ୍‌ରେ ବିଶ୍ୱର ସମସ୍ତ ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ବିଭାଗ ସହଯୋଗ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ରାଜ୍ୟ କ୍ରୀଡ଼ା ସଚିବ ଆର୍‌. ଭିନିଲ କ୍ରିଷ୍ଣା କହିଛନ୍ତି ଯେ, ରାଉଲକେଲାରେ ନବ ନିର୍ମୀୟିତ ହକି ଷ୍ଟାଡ଼ିୟମ ଦ୍ରୁତଗତିରେ ଆଗେଇ ଚାଲିଛି । ଠିକ୍‌ ସମୟରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସେହିପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମକୁ ମଧ୍ୟ ଅତ୍ୟାଧୁନିକ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି । ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ଆକମୋଡେସନ୍‌, ପର୍ଯ୍ୟଟନ, ସୂଚନା ଓ ଟେକନଲୋଜି, ଫାଇନାନ୍ସ ଓ ପବ୍ଲିକ ୱାର୍କ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.