fbpx

(ଭିଡିଓ) ସିରିଜ୍ ‘Dune Prophecy’ର ଟିଜର ରିଲିଜ୍: ପ୍ରଥମ ଥର ହଲିଉଡରେ ଅଭିନେତ୍ରୀ ତବୁ

ନୂଆଦିଲ୍ଲୀ: ହଲିଉଡ୍ ସିରିଜ ‘ଡ୍ୟୁନ୍ ପ୍ରୋଫେସି’ର କାହାଣୀ ହଜାର ହଜାର ବର୍ଷ ତଳେୁ ‘ଡ୍ୟୁନ’ରୁ ଆରମ୍ଭ ହୋଇଥିଲା । ସେହି ଫିଲ୍ମରେ ସିଷ୍ଟରହୁଡର ଶୁଭାରମ୍ଭ ଓ ତା’ ଉପରେ ନିୟନ୍ତ୍ରଣ ପାଇବା ଉପରେ ଦର୍ଶାଯାଇଛି । ଫିଲ୍ମରଟିଜରରେ ହଲିଉଡ ଅଭିନେତ୍ରୀ ଏମିଲୀ ୱାଟସନଙ୍କୁ ଦେଖିବାକୁ ମିଳିଥିବା ବେଳେ ସେ ସିଷ୍ଟରହୁଡର ଲିଡର ଭୂମିକାରେ ଆସୁଛନ୍ତି । ବଲିଉଡ ଅଭିନେତ୍ରୀ ତବୁ ହଲିଉଡ୍ ଫିଲ୍ମ ‘ଡ୍ୟୁନ ପ୍ରୋଫେସି’ ଜରିଆରେ ପ୍ରଥମ ଥର ପାଇଁ ହଲିଉଡ୍ ମୁଭିରେ ପଦାର୍ପଣ କରିଛନ୍ତି ।

ଫିଲ୍ମଟି ମୁଖ୍ୟତଃ କଣ୍ଟ୍ରୋଲ ଓ ବଳିଦାନ ଉପରେ ଆଧାରିତ ଅଟେ । ବେନେ ଗେସେରିଟରେ ମହିଳାଙ୍କର କଠିନ ଟ୍ରେନିଂ ଚାଲିଥିବା ବେଳେ ସେମାନଙ୍କୁ ନିଜ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରିବାକୁ ଶିଖା ଦିଆଯାଉଛି । ଏଥିସହିତ ସିଷ୍ଟରହୁଡ୍ ଯେତେ ଶକ୍ତିଶାଳୀ ହେବ, ସେମାନଙ୍କର ସେତିକି ଶତ୍ରୁ ସୃଷ୍ଟି ହେବେ ବୋଲି ମଧ୍ୟ କୁହାଯାଉଛି । ‘ବଳିଦାନ ଦେବାକୁ ପଡ଼ିବ’ ବୋଲି ଶେଷରେ ଅଭିନେତ୍ରୀ ଏମିଲୀ କହୁଥିବା ଦେଖାଯାଉଛି । ଏହି ସିରିଜରେ ତବୁ ସିଷ୍ଟ ଫ୍ରେଞ୍ଚେସ୍କୋଙ୍କର ଦମଦାର ଭୂମିକାରେ ଆସିଛନ୍ତି । ତବୁଙ୍କର ଏହି ଝଲକକୁ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଥିଲେ । ଅଲ ବ୍ଲାକ ଲୁକରେ ଛିଡ଼ା ହୋଇଥିବା ତବୁ ଏକ ଜୋରଦାର ଭୂମିକା ନିଭାଇବେ ବୋଲି ସ୍ପଷ୍ଟ ହେଉଛି । ଫିଲ୍ମଟି ଅଗଷ୍ଟ ୨ ତାରିଖରେ ସିନେମାଘରେ ରିଲିଜ୍ ହେବ ।

Get real time updates directly on you device, subscribe now.