fbpx

ମକ୍କାରୁ ଆସିଛି ପବିତ୍ର କଳା ରଂଗର ଇଟା, କେସରିଆ କୁରାନ୍…ଜାଣନ୍ତୁ କେମିତି ହେବ ଅଯୋଧ୍ୟାର ମସଜିଦ

Advertisement

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଦେଶ ବିଦେଶରେ ଥିବା ରାମଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି । କହିରଖୁଛୁ ଅଯୋଧ୍ୟା ଭୂମି ବିବାଦ ପରେ ୨୦୧୯ ମସିହାରେ ସୁପ୍ରିମକୋର୍ଟ ରାୟ ଶୁଣାଇ ୫ ଏକର ଜମିରେ ମସଜିଦ୍ ନିର୍ମାଣ କରିବାକୁ ଆଦେଶ ଦେଇଥିଲେ । ଏହି ମସଜିଦ୍ ଅଯୋଧ୍ୟାରୁ ୨୫ କିମି ଦୂର ଧନ୍ନିପୁର ଗାଁରେ ନିର୍ମାଣ ହେବ । ତେବେ ଏପ୍ରିଲ ମାସରେ ଇଦ ପରେ ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଆଶା କରାଯାଉଛି ।

ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଉତ୍ସବ ପରେ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଅଯୋଧ୍ୟା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ମସଜିଦ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମସଜିଦର ନାମ ହେଉଛି ‘ମହମ୍ମଦ ବିନ୍ ଅବଦୁଲ୍ଲା ମସଜିଦ୍’ । ଆସନ୍ତୁ ଜାଣିବା ଏହି ମସଜିଦର କ’ଣ ରହିଛି ବିଶେଷତ୍ୱ ।

– ପାଞ୍ଚଟି ମିନାର ବିଶିଷ୍ଟ ଏହି ମସଜିଦ ଇସଲାମର ନୀତି ଉପରେ ଆଧାରିତ ହେବ । ଇସଲାମର ୫ଟି ସ୍ତମ୍ଭ ତୋହିଦ୍, ନମାଜ୍, ରୋଜା, ଜକାତ ଏବଂ ହଜର ପ୍ରତୀକ ହେବ ।

– ଏହି ମସଜିଦ୍ ନିର୍ମାଣ ପାଇଁ ମକ୍କାରୁ ପବିତ୍ର କଳା ରଂଗର ଇଟା ଅଣାଯାଇଛି । ଏହି ଇଟାକୁ ମକ୍କା ଶରିଫ୍ ଏବଂ ମଦିନା ଶରିଫରେ ଆବେ ଜମ୍ଜମ୍ ଏବଂ ଅତରରେ ଧୂଆ ଯାଇଥିଲା । ଏହି ଇଟାରେ ପବିତ୍ର କୁରାନର କିଛି ଆୟତ୍(couplets from the holy Quran)ସୁନାରେ ଲେଖାଯାଇଛି । ଏହା ସହ ଇସଲାମର ନବୀଙ୍କ ନାମ ଇଟାରେ ଚତୁର୍ପାଶ୍ୱରେ ଲେଖା ହୋଇଛି ।

– ମସଜିଦରେ ୨୨ ଫୁଟ ବିଶିଷ୍ଟ ‘କେସରିଆ’ ରଂଗର କୁରାନ ରଖାଯିବ । ଏହି କୁରାନ ୨ ପାଶ୍ୱର୍ରୁ ୧୮-୧୮ ଫୁଟରେ ଖୋଲାଯିବ ।

– ଏହି ମସଜିଦରେ ୯ ହଜାରରୁ ଉଦ୍ଧ୍ୱର୍ ଲୋକ ଏକାସହ ନମାଜ ପାଠ କରିପାରିବେ ।

 

 

Get real time updates directly on you device, subscribe now.