fbpx

କିଡନୀ କେଳେଙ୍କାରୀ: ଠକେଇ ଟଙ୍କାରେ ହୋମ୍ ଡେକର ସୋରୁମ୍

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ଭୁବନେଶ୍ୱର କିଡନୀ କେଳେଙ୍କାରୀ ଘଟଣାରେ ଠକ ହିମାଂଶୁ ନନ୍ଦର ରିମାଣ୍ଡର ତୃତୀୟ ଦିନରେ ପୋଲିସର ଜେରା ଚାଲିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି ଯେ, ‘ଠକେଇ ଟଙ୍କାରେ ହିମାଂଶୁ ହୋମ ଡେକର ସୋରୁମ୍ କରିଥିଲା । ପିପିଲି ନିକଟରେ ହିମାଂଶୁର ଏହି ହୋମ୍ ଡେକର ସୋରୁମ୍ ରହିଛି । ୱେବ ଚ୍ୟାନେଲରେ ନିଜ ସୋ’ରୁମର ବିଜ୍ଞାପନ ମଧ୍ୟ ହିମାଂଶୁ ଦେଉଥିଲା । ରାଜ୍ୟ ବାହାର ଲିଙ୍କର ଖୋଳତାଡ ଚାଲିଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ହିମାଂଶୁ ନାଁରେ ଅଭିଯୋଗ ରହିଥିବା ସୂଚନା ରହିଛି । କେଉଁମାନେ ସହଯୋଗ କରୁଥିଲେ, ତାର ତଦନ୍ତ ଚାଲିଛି । ହିମାଂଶୁର ଆକାଉଣ୍ଟ ଯାଞ୍ଚ ଚାଲିଛି ।’ ଆବଶ୍ୟକ ପଡିଲେ ହିମାଂଶୁକୁ ଆଉ ଥରେ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି ।

Get real time updates directly on you device, subscribe now.