ବିଦେଶରେ ବସିଥିବା ଅପରାଧି ଡରରେ ଥରିଲେଣି, ଗୃହ ମନ୍ତ୍ରୀ ଶାହ ଲଞ୍ଚ କଲେ ‘ଭାରତପୋଲ’, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ୱାଣ୍ଟେଡ ଅପରାଧିମାନଙ୍କୁ ଧରିବା ପାଇଁ ଭାରତ ସରକାର ‘ଭାରତପୋଲ’କୁ ଆଣିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳ ୧୦ଟା ୩୦ରେ ଭାରତ ମଣ୍ଡପମରେ ଭାରତପୋଲର ଉଦଘାଟନ କରିଛନ୍ତି।

ବିଶ୍ୱ ପ୍ରସିଦ୍ଧ ଇଣ୍ଟରପୋଲର ଧାଡ଼ିରେ ସିବିଆଇ ଭାରତପଲ ନାମକ ଏକ ସାଧାରଣ ପୋର୍ଟାଲ ପ୍ରସ୍ତୁତ କରିଛି। ଏହି ପୋର୍ଟାଲରେ ସମସ୍ତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିମାନେ ଯେପରିକି, ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟର ପୋଲିସ ସାମିଲ ରହିବେ। ଆସନ୍ତୁ ଜାଣିବା ଏହି ପୋର୍ଟାଲ ବିଷୟରେ..

ଭାରତପୋଲର ଫାଇଦା: ଭାରତ ପୋର୍ଟାଲରେ ଯେକୌଣସି ପ୍ରକାର ଆତଙ୍କବାଦୀ ଘଟଣା, ସଙ୍ଗୀନ ଅପରାଧ, ନାର୍କୋ, ସାଇବର କ୍ରାଇମରେ ୱାଣ୍ଟେଡ ଅପରାଧୀ ପର୍ଯ୍ୟନ୍ତ ପହଞ୍ଚିବା ଆହୁରି ସହଜ ହୋଇଯିବ। ଭାରତପୋଲ ମାଧ୍ୟମରେ ସମସ୍ତ କେନ୍ଦ୍ରୀୟ ଏଜେନ୍ସିମାନେ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ପୋଲିସଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ହେବ ଏବଂ ସେମାନଙ୍କ ମଧ୍ୟରେ ଭଲ କୋଡ୍ରିନେଶନ ହୋଇପାରିବ।

ସାଧାରଣତଃ ୱାଣ୍ଟେଡ ଅପରାଧୀ ଯେକୌଣସି ଅପରାଧ କରି ଦେଶ ଛାଡି ବିଦେଶରେ ରହି ଭାରତରେ ଅପରାଧ କରିଥାଆନ୍ତି। ଏହାର ତାଜା ଉଦାହରଣ ଗ୍ୟାଙ୍ଗୱାର। ବଡ଼ ବଡ଼ ଗ୍ୟାଙ୍ଗଷ୍ଟରମାନେ କାନାଡା ବା ଆମେରିକାରେ ଭଳି ଦେଶକୁ ଯାଇ ଭାରତରେ ଗ୍ୟାଙ୍ଗୱାର କରାନ୍ତି।

ଖାଲିସ୍ତାନୀ ମଧ୍ୟ ଭାରତରେ ଅପରାଧ କରାଇଥାଆନ୍ତି। ଏପର୍ଯ୍ୟନ୍ତ ଯଦି କୌଣସି ମଧ୍ୟ ଏଜେନ୍ସିଙ୍କୁ କୌଣସି ୱାନ୍ଟେଡ ଅପରାଧୀକୁ ପୁନଶ୍ଚ ଆଣିବାକୁ ଚାହାନ୍ତି, ତେବେ ପ୍ରତ୍ୟର୍ପଣ ପାଇଁ ସେ ଏଜେନ୍ସି ସିବିଆଇକୁ ମେଲ ବା ଚିଠି ମାଧ୍ୟମରେ ଯୋଗାଯୋଗ କରନ୍ତି, ତେବେ ଏହାରି କରିବା ଦ୍ୱାରା ଖବର ଲୋକ ହେବାର ସମ୍ଭାବନା ରହୁଛି।