OPSC ପକ୍ଷରୁ ସୂଚନା: ନଭେମ୍ବର ୧୮ରେ ହେବ ସରକାରୀ ହୋମିଓପ୍ୟାଥିକ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୮ ତାରିଖରେ ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ତରଫରୁ ପ୍ରୋଗ୍ରାମ ଜାରି କରାଯାଇଛି । ମୋଟ ୨୩ ଜଣ ପ୍ରାର୍ଥୀଙ୍କର ସାର୍ଟିଫିକେଟ / ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଦୁଇଟି ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ୧୨ ଜଣ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ୧୨ଟାରୁ ୧.୩୦ ପର୍ଯ୍ୟନ୍ତ ୧୧ ଜଣ ପ୍ରାଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀମାନେ ଧାର୍ଯ୍ୟ ସମୟରେ ଉପସ୍ଥିତ ରହିବେ । କଟକର ଡ. ପି.କେ. ପରିଜା ରୋଡ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଏହି ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ସାଙ୍ଗରେ ୩ଟି ପାସପୋର୍ଟ ସାଇଜ ଫଟୋ, ମାଟ୍ରିକ ସାର୍ଟିଫିକେଟ, ବି.ଏଚ.ଏମ.ଏସ ଡିଗ୍ରୀ ସାର୍ଟିଫିକେଟ, ପିଜି ଡିଗ୍ରୀ ସାର୍ଟିଫିକେଟ, ମାଟ୍ରିକ, ଡିଗ୍ରୀ ଓ ପିଜିର ମାର୍କ ଶିଟ, କନଭେନସନାଲ ପ୍ରମାଣପତ୍ର, ମେଡିକାଲ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଆଦି ସାଙ୍ଗରେ ନେଇ ପ୍ରଦତ୍ତ ଠିକଣାରେ ଉପସ୍ଥିତ ହେବାକୁ କୁହାଯାଇଛି ।