fbpx

Honduras Bus Crash: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୧୨ ମୃତ, ୬୦ ଆହତ

ନୂଆଦିଲ୍ଲୀ: ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନଦୀରେ ଖସିପଡି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣାରେ ୨୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମଳିଛି । ଏହି ପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦ୍ରୀୟ ଆମେରିକୀୟ ଦେଶ ହୋଣ୍ଡୁରାସର ମଙ୍ଗଳବାର (ଡିସେମ୍ବର ୫) ରେ ବସ୍ ରାଜପଥ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ହୋଣ୍ଡୁରାନ୍ସ ପୁଲିସ ଅଧିକାରୀଙ୍କ କହିବାନୁସାରେ, ୬୦ ଜଣଙ୍କୁ ନେଇ ଯାଉଥିବା ଏହି ବସ୍ ତେଗୁସିଗାଲ୍ପା ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ଏକ ନଦୀରେ ପଡ଼ିଯାଇଥିଲା । ବସଟି ନଦୀରେ ପଡ଼ିବା ପୂର୍ବରୁ ବ୍ରିଜ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳେ ବସଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା । ତେବେ ଖସିବା ପୂର୍ବରୁ ବ୍ରିଜ ସହିତ ମୁହାଁମୁହିଁ ହୋଇଥିଲା । ହୋଣ୍ଡୁରାସ ଅଗ୍ନିଶମ ବିଭାଗର ଲେଫ୍ଟନାଣ୍ଟ ଖ୍ରୀଷ୍ଟିଆନ ସେବିଲା ଏ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ଏବଂ ବାକି ୨ ଜଣଙ୍କର ତେଗୁସିଗାଲପା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଏବଂ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଥିବା ଅଧିକାରୀମାନେ କହିଛନ୍ତି।

ତେବେ ଦୁର୍ଘଟଣା ପରେ ସୋସିଆଲ ମିଡିଆ ଜରିଆରେ ହୋଣ୍ଡୁରାନର ରାଷ୍ଟ୍ରପତି ଜିଆମାରା କାଷ୍ଟ୍ରୋ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ତିନି ଦିନିଆ ଜାତୀୟ ଶୋକ ମଧ୍ୟ ସେଠାରେ ଘୋଷଣା କରାଯାଇଛି । ମୃତକଙ୍କ ଶେଷକୃତ୍ୟ ପାଇଁ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ମାସରେ ହୋଣ୍ଡୁରାସରେ ଏକ ବସ ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଭେନେଜୁଏଲାବାସୀ ବୋଲି ଜଣା ପଡ଼ିଥିଲା ।

Get real time updates directly on you device, subscribe now.