fbpx

ଫେସବୁକ୍ ବ୍ୟବହାରକାରୀ ସାବଧାନ! ସୁନ୍ଦରୀ ଝିଅଙ୍କ ଚକରରେ ଫସିପାରନ୍ତି ହନିଟ୍ରାପରେ

ନୂଆଦିଲ୍ଲୀ: ହନିଟ୍ରାପ୍ ହେଉଛି ଏମିତି ଏକ ଜାଲ, ଯେଉଁଥିରେ ଜଣେ ଆକର୍ଷକ ବ୍ୟକ୍ତି(ପୁରୁଷ ବା ସ୍ତ୍ରୀ) ଦ୍ୱିତୀୟ ବ୍ୟକ୍ତିଙ୍କ ଠାରୁ ଭୁଲ୍ ଉପାୟରେୁ କିଛି କାମ ହାସଲ କରିବା ପାଇଁ ଯୋଜନା କରେ । ଆଉ ଏହାକୁ ହନିଟ୍ରାପ୍ ବୋଲି କୁହାଯାଇଛି । କାରଣ ଏହି ପରିଭାଷା ପୂରା ମାମଲାକୁ ବୁଝିବା ପାଇଁ ଯଥେଷ୍ଟ ଯେ, କୌଣସି ବ୍ୟକ୍ତି ଭୁଲ ତରିକାରେ କାହାକୁ ଫସାଇ କାମ ହାସଲ କରିବା ।

କିଛି ଦିନ ହେବ କ୍ୱେୁକ୍ ରେ ହନିଟ୍ରାପ୍ ଜରିଆରେ ଲଗାତର ଭାବରେ ଲୋକମାନେ ଫସିଯାଉଛନ୍ତି । ନିକଟରେ ଏକ ମାମଲା ସାମନାକୁ ଆସିଥିଲା ଯେଉଁଥିରେ ଜଣେ ୪୪ ବର୍ଷିୟ ଡାକ୍ତର ଏଥିରେ ଫସିଥିଲେ । ଆଉ ତାଙ୍କୁ ୨ କୋଟି ଟଙ୍କାରୁ ଅଧିକ ହରାଇବାକୁ ପଡ଼ିଲା । ତେବେ ଡାକ୍ତର ଜଣକ କିପରି ଏଥିରେ ଫସିଲେ ତାହା ଆପଣ ମାନେ ଜାଣିବାକୁ ନିହାତି ଆବଶ୍ୟକ । କାରଣ ଏଥିରେ ଆପଣ ମାନେ କି ସମସ୍ୟା ଭୋଗିପାରନ୍ତି ।

ଏହି ଡାକ୍ତର ହେଉଛନ୍ତି ଦିଲ୍ଲୀର ଜଣେ ଜଣାଶୁଣା ଡାକ୍ତର । ନିକଟରେ ତାଙ୍କ ଠାରୁ ୨ କୋଟି ଟଙ୍କା ଠକି ନେଇଥିଲେ କିଛି ଅସାମଜିକ ବ୍ୟକ୍ତି । ସେ ଫେସବୁକ୍ ଜରିଆରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଯୁବତୀ ଜଣକ ଡାକ୍ତରକୁ କହିଥିଲା ଯେ, ସେ ଗୋଟିଏ ଧନୀ ପରିବାରର ଓ ତାଙ୍କର ଦୁବାଇରେ ବଡ଼ ବ୍ୟବସାୟ ରହିଛି । ଦୁହେଁ ଅନେକ ଦିନ ପର୍ଯ୍ୟନ୍ତ ଏପରି କଥାବାର୍ତ୍ତା କଲେ । ଆଉ ସେହି ଯୁବତୀ ଜଣକ ଫେସବୁକ୍ ବ୍ୟତୀତ ଅନ୍ୟ ସୋସିଆଲ ମିଡିଆରେ ବି ଆକ୍ଟିଭ୍ ରହିଥିଲା । ତେଣୁ ଡାକ୍ତର ମହେଶ ତାଙ୍କ ଉପରେ ଭରସା କରିଗଲେ ।

ଦିନେ ଯୁବତୀ ଜଣକ ଡାକ୍ତରଙ୍କୁ କହିଥିଲେ ଯେ, ତାଙ୍କ ଭଉଣୀକୁ ଅପହରଣ କରାଯାଇଛି ଓ ସେମାନେ ୨ କୋଟି ଟଙ୍କା ମାଗୁଛନ୍ତି । ଏହି କଥାରେ ଡାକ୍ତର ଙ୍କୁ କିଛି ବି ସନ୍ଦେହ ହେଲା ନାହିଁ ଓ ସେ ତୁରନ୍ତ ୨ କୋଟି ଟଙ୍କା ଦେଇଦେଲେ । ଏହି ଘଟଣା ଅଗଷ୍ଟ ୧୨ ତାରିଖରେ ହୋଇଥିଲା । ଏହାପରେ ଡାକ୍ତରଙ୍କୁ ଯୁବତୀ ଜଣକ ଧନ୍ୟବାଦ ଦେଇଥିଲେ ଓ କହିଥିଲେ ତାଙ୍କ ଭଉଣୀ ଫେରିଆସିଛି ।

ପୁଣିଦିନେ ଯୁବତୀ ଜଣକ ଏକ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଦେଲେ ଆଉ କହିଲେ ଏଥିରେ ୭ ଲକ୍ଷ ଟଙ୍କା ଜମା କରାଇଦିଅ । ଆଉ ଡାକ୍ତର ସାହାବ୍ କିଛି ସନ୍ଦେହ ପ୍ରକାଶ ନ କରି ଟଙ୍କା ପଠାଇ ଦେଲେ । ମୋଟ ୨ କୋଟି ୭ ଲକ୍ଷ ୨୦ ହଜାର ଟଙ୍କା ଡାକ୍ତରଙ୍କ ଠାରୁ ଲୁଟିଥିଲେ ଯୁବତୀ । ଏହାର କିଛି ଦିନ ପରେ ଯୁବତୀ ଜଣକ ଫେସବୁକ୍ କୁ ପ୍ରୋଫାଇଲ୍ ହଟାଇଦେଲେ ଓ ଫୋନ୍ ନମ୍ବର ବି ବନ୍ଦ ଆସିଲା । କିଛି ଦିନ ପର୍ଯ୍ୟନ୍ତ କିଛି ଖୋଜ୍ ଖବର ନ ମିଳିବାରୁ ଡାକ୍ତର ଠକର ଶିକାର ହୋଇଥିବା ଜାଣିପାରିଥିଲେ । ଏହାପରେ ଡାକ୍ତର ମହେଶ ପୂରା ମାମଲା ପୋଲିସ୍ କୁ କହିଥିଲେ ଓ ଅଭିଯୋଗ କରିଥିଲେ । ପୋଲିସ୍ ତଦନ୍ତରେ ଜାଣିବାକୁ ପାଇଥିଲା ଯେ, ଫୋନ୍ ରେ କଥା ହେଉଥିବା ବ୍ୟକ୍ତି ଯୁବତୀ ନଥିଲା ବରଂ ଏକ ଯୁବକ ଥିଲା । ସେ କେବଳ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲା । ଆଉ ପରେ ତାକୁ ଖୋଜି ପୋଲିସ୍ ରିମାଣ୍ଡ କୁ ନେଇଥିଲା । ଟଙ୍କା ବି ଜବତ ହୋଇଥିଲା ।

Get real time updates directly on you device, subscribe now.