fbpx

ଅନରକିଲିଂ: ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇ ଝିଅକୁ ଜାଳିଦେଲେ ପରିବାରଲୋକେ

ନୂଆଦିଲ୍ଲୀ, ୧୭ା୨: ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ନିନ୍ଦନୀୟ ଘଟଣା ଘଟିଛି । ପରିବାର ଲୋକେ ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଦେଇଛନ୍ତି । ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ବିରୋଧ କରି ପରିବାରଲୋକେ ଏହି କାଣ୍ଡ ଭିଆଇଛନ୍ତି । ଏହି ମାମଲାରେ ପୋଲିସ ପୀଡ଼ିତାଙ୍କ ବାପା, ଭାଇ, ଭାଉଜ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପରିବାର ଲୋକେ ଝିଅକୁ ହତ୍ୟା କରିବା ପାଇଁ ଜଣେ ସୁପାରି କିଲରଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ଯୁବତୀ ଜଣକ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକଙ୍କୁ ଭଲପାଉଥିବାରୁ ପରିବାରଲୋକେ ଏହାକୁ ବିରୋଧ କରିଥିଲେ । ହତ୍ୟାରେ ବ୍ୟବହୃତ ପେଟ୍ରୋଲ, ବାଇକ ଜବତ କରାଯାଇଛି । ସୁପାରି କିଲରକୁ ପୋଲିସ ଖୋଜୁଥିବା ଜଣାପଡ଼ିଛି । ହତ୍ୟାକାରୀମାନେ ଯୁବତୀଙ୍କୁ ଏକ ବାଇକରେ ନେଇ ଏକ ନିକାଞ୍ଚନ ସ୍ଥାନରେ ହାତଗୋଡ଼ ବାନ୍ଧି, ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

Get real time updates directly on you device, subscribe now.