fbpx

ରାଶିଫଳ (ସୋମବାର ,୧୫ ମାର୍ଚ୍ଚ ,୨୦୨୧)

ମେଷ : ଅଶୁଭ ଗ୍ରହର ପ୍ରଭାବ ରହିଛି, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ ।

ବୃଷ : ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ ରହିବେ, ଆଶାତୀତ ମାନ ସମ୍ମାନ, ଟଙ୍କାପଇସା ମିଳିବ । ପରିବାର ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ, ଆଶା ପୂରଣ ହେବ, ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଦିନ ଶୁଭରେ କଟିବ ।

ମିଥୁନ : କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖନା କର୍ମଜୀବୀ, ଔଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଭାଗ୍ୟ ସହାୟ ହେବ, ଅଚାନକ ଖୁସି ଖବର ମିଳିବ । ଧାର୍ମିକ ଭାବନା ବୃଦ୍ଧି ହେବ, ବ୍ୟାଙ୍କ, ବିମା, ଋଣ ବିଭାଗ କର୍ମି ଯୋଜନା ମୁତାବକ ସଫଳ ହେବେ ।

କର୍କଟ : ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ । ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ, ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ମାତ୍ର କିଛି ସଂକ୍ରମିତ ରୋଗ ହେବ ।

ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ । କୌଣସି ପ୍ରକାର ଆର୍ôଥକ ଲାଭ କିମ୍ବା ନୂଆ ସଂପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ଟଙ୍କା ପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ ।

ତୁଳା : କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ମାତ୍ର ପାରିବାରିକ ମତାନ୍ତର ରହିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ଆଜି ମନେ ମନେ ମା’ ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ଆଜି ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ମାତ୍ର ଚାକିରିରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ଆଜି ନିଜର ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ, ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ, ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର : ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ । ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।

ମୀନ : ପାରିବାରିକ ଖୁସି ମିଳିବ । ପିଲାଙ୍କ ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ରରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ବ୍ୟବସାୟ ବୃଦ୍ଧି ଘଟିବ ।

Get real time updates directly on you device, subscribe now.