fbpx

ରାଶିଫଳ (ମଙ୍ଗଳବାର ,୧୬ ମାର୍ଚ୍ଚ,୨୦୨୧)

ମେଷ : ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ । ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ଚାକିରି, ବ୍ୟବସାୟ, ରାଜନୀତି ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତାର ସହିତ ଉନ୍ନତି ହେବ ।

ବୃଷ : ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବେ, ଆଶାତୀତ ମାନ ସମ୍ମାନ, ଟଙ୍କାପଇସା, ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ । ଆଶା ପୂରଣ ହେବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆଶୀର୍ବାଦ ନିଅନ୍ତୁ । ଚର୍ମରୋଗ, ଆଣ୍ଠୁଗଣ୍ଠି ବାତ, କିଛି ବାଦବିବାଦ ମଧ୍ୟରେ ସମୟ ଅତିବାହିତ ହେବ ।

ମିଥୁନ : ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆଜି ମନମୁତାବକ ଫଳ ପାଇବେ ଓ କିଛି ବାଦବିବାଦର ସମାଧାନ ହେବ ।

କର୍କଟ : ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ । ପାଠପଢାରେ ଉନ୍ନତି ହେବ ।

ସିଂହ : କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ । କୌଣସି ପ୍ରକାର ଆର୍ôଥକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ।

କନ୍ୟା : ଅତିଶୁଭ ଦିନଟି ତେଣୁ କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ । ବ୍ୟବସାୟ, କଳକାରଖାନା କର୍ମଜୀବୀ, ଔଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ । ଭାଗ୍ୟଦେବୀ ସହାୟ ହେବେ । ବ୍ୟାଙ୍କ, ବିମା, ଋଣ ବିଭାଗ କର୍ମି ଯୋଜନା ମୁତାବକ ସଫଳ ହେବେ ।

ତୁଳା : କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ କୌଣସି ଯୋଜନାରେ ସଫଳ ହେବାରେ ଭାଗ୍ୟ ସାଥ୍ ଦେବ ମାତ୍ର ପାରିବାରିକ ପରିବେଶରେ ମତାନ୍ତର ରହିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ ।

ବିଛା : ମନର ଆଶା ପୂରଣ ହେବ, ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ଆଜି ନିଜର ସମ୍ପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ । କିଛି ଜନହିତକର ବା ନିଃସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର : ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ, କୌଣସି କାମରେ ମନ ଲାଗିବ ନାହିଁ ।

କୁମ୍ଭ : ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ । ଅଟକିଥିବା କାମ ପୂରଣ ହେବ । ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.