fbpx
BSKY SKY
BSKY SKY

ରାଶିଫଳ (ଗୁରୁବାର ,୨୦ ମଇ ,୨୦୨୧)

BSKY

ମେଷ : ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ । ମୁଣ୍ଡ ବିନ୍ଧା ହେବ । ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ । ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ । ମହିଳାମାନେ ରୋଷେଇ କଲାବେଳେ ସତର୍କ ରହିବେ ।

ବୃଷ : ଧର୍ମକାଯ୍ୟରେ ମନବଳାଇବେ । ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ । ମାତ୍ର ଖର୍ଚ୍ଚ ମନୋମାଳିନ୍ୟ ହେବ । ପେଟଜନିତ ପୀଡା ହେବ ।

ମିଥୁନ : ପୁରାତନ ରୋଗର ଉପଶମ ହେବ, ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ । କାର୍ଯ୍ୟରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ, ବିବାହ ସ୍ଥିରୀକୃତ ହେବ । ମାତ୍ର ଆର୍ôଥକ ଦୁର୍ବଳତା ରହିବ ।

କର୍କଟ : ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ । ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ । ଧର୍ମ ସମ୍ବନ୍ଧିୟ ଦୂରଯାତ୍ରା କରିବେ । ମହିଳାମାନେ ସତର୍କ ରହିବେ । ବ୍ୟବସାୟରେ ଲାଭ ପାଇବେ ।

ସିଂହ : କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ, ଋଣ ପରିଷୋଧ କରିବେ । ଭାଗ୍ୟସାଥ ଦେବ । ଚାକିରି କ୍ଷେତ୍ରରେ ଶୁଭ ସୂଚନା ପାଇବେ । ମାତ୍ର ଭାଗିଦାରି ବ୍ୟବସାୟରେ କ୍ଷତି ହେବ ।

କନ୍ୟା : ଶାରୀରିକ ଅସୁସ୍ଥତା ଦେଖାଦେବ । କର୍ମଚାପ ବଢିବ । ଅଜଣା ଭୟ ଅନୁଭବ କରିବେ । ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ । ବିଦ୍ୟାର୍ôଥଙ୍କର ଅଧିକ ଶୁଭ । କର୍ମଜୀବିମାନେ ପ୍ରସଂଶିତ ହେବେ । ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ।

ତୁଳା : ଚାକିରି ବ୍ୟବସାୟରେ ଉନ୍ନତି, ଜନସମ୍ପର୍କ ବୃଦ୍ଧି ହେବ । ମାତୃ ଓ ସ୍ତ୍ରୀ ବର୍ଗରେ ପୀଡା ଯୋଗ ରହିବ । ଆର୍ôଥକ ପରିସ୍ଥିତି ଭଲ ରହିବ । ମାତ୍ର କିଛି ଭୁଲବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ ।

ବିଛା : ଭ୍ରମଣ କଷ୍ଟ ଏବଂ ଶରୀରପିଡା ରହିବ । ସୁଖଶାନ୍ତି ପ୍ରାପ୍ତି, ଆର୍ôଥକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ । ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ । ଯୋଜନାରେ ଆଶାତୀତ ଫଳ ମିଳିବ । ଅର୍ଥଚିନ୍ତା ଦୂର ହେବ ।

ଧନୁ : ବ୍ୟବସାୟ କିମ୍ବା ଚାକିରିରେ ଝଡଝଞ୍ଜା ଲାଗି ରହିବ । ଅର୍ଥାଭାବ ରହିବ । ମନ ଅଶାନ୍ତ ରହିବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଶ ମିଳିବ, ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ ।

ମକର : ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ । ଧର୍ମ କର୍ମରେ ମନ ବଳିବ । ଭାତୃ ସହଯୋଗ ଦ୍ୱାରା ଭୂମିକ୍ରୟର ସୁଯୋଗ ମିଳିବ । ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ । ବନ୍ଧୁପରିଜନଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ସୃଷ୍ଟି ହେବ ।

କୁମ୍ଭ : ଜୀବନସାଥି ସହ କିମ୍ବା କୁଟୁମ୍ବରେ ମତାନ୍ତର କିମ୍ବା ସ୍ୱାସ୍ଥ୍ୟଚିନ୍ତା ରହିବ । ଅଯଥା ଅର୍ଥବ୍ୟୟ ହେବ । ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ । ପୁରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ । ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ । ବ୍ୟବସାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ ।

ମୀନ : କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ । ପରିବାରରେ ଭୁଲ ବୁଝିବେ ତେଣୁ ସତର୍କ ରୁହନ୍ତୁ । ଗୃହରେ ଶୁଭକର୍ମ ହେବ । ସନ୍ତାନ ବର୍ଗରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଆର୍ôଥକ ଲାଭର ସୂଚନା ରହିବ । ପଶୁପାଳନରେ ଲାଭବାନ ହେବେ ।

Get real time updates directly on you device, subscribe now.