fbpx

ରାଶିଫଳ(ଗୁରୁବାର,୦୯ ଜୁନ,୨୦୨୨)

ମେଷ:- ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ ।

ବୃଷ:- ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ଉନ୍ନତି ସହ ଶାନ୍ତି ଉପୁଜିବ । ଆତ୍ମୀୟ ଏବଂ ପତିପତ୍ନୀଙ୍କ କ୍ଷେତ୍ରରେ ଜୀବନ ସୁଖମୟହେବ ।

ମିଥୁନ:- ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ । ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ପାରିବାରିକ ସମସ୍ୟାକୁ ସମାଧାନ କରି ପରିବାରରେ ପ୍ରୀତିଭାଜନ ହେବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି ।

କର୍କଟ:- ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତିବ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସ୍ଥାନାନ୍ତର ମଧ୍ୟ ହୋଇ ପାରେ । ଶିକ୍ଷାକ୍ଷେତ୍ରରେ ପରିଣାମ ଅନୁକୂଳ ହେବ ।

ସିଂହ:- ବ୍ୟାଙ୍କ, ବୀମା, ନିବେଶ ପରି ଆର୍ôଥକ ଗତିବିଧିରେ ବ୍ୟସ୍ତ ରହିବେ, ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ, ଆର୍ôଥକ ଦିଗର ଅଭିବୃଦ୍ଧି, ଶତ୍ରୁନାଶ ଯୋଗ ସହିତ ଧାର୍ମିକ ଜୀବନଚର୍ଯ୍ୟାର ଅଧିକାରୀ ହେବେ । କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ ।

କନ୍ୟା:- ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବ, ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତକାର ରେ ସଫଳ ହେବେ, ବକେୟା ଅର୍ଥ କିଛି ମିଳିବ ଓ ଆୟ ଉପାର୍ଜ୍ଜନର ବୃଦ୍ଧି, ବ୍ୟବସାୟରେ ଉନ୍ନତି ହେବ ।

ତୁଳା:- କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ, ଆର୍ôଥକ ଉନ୍ନତି ହେବା ସହ ବାହାନ ପ୍ରାପ୍ତି ହେବ, କର୍ମ ନିଯୁକ୍ତି କ୍ଷେତ୍ରରେ ଆପ୍ରାଣ ଚେଷ୍ଟା କରି ସଫଳ ହେବେ, ବ୍ୟବସାୟକୁ ପ୍ରସାରିତ ଅତ୍ୟନ୍ତ ଲାଭାନ୍ୱିତ ହେବେ ।

ବିଛା:- ଶତୃମାନେ ମିତ୍ରଭାବ ଆଚରଣ କରିବେ, ବ୍ୟବସାୟରେ ସଫଳତା ଅର୍ଜନ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବାଦବିବାଦ, ମାଲିମୋକଦ୍ଦମା, ଖେଳକୁଦ, ପ୍ରତିଯୋଗିତାରେ ପ୍ରଶଂସା ପାଇବେ, ରାଜନୀତିରେ ସଫଳତା ମିଳିବ, କର୍ମକ୍ଷେତ୍ରଟି ସୁଦୃଢ ହେବ, ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ।

ଧନୁ:- ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ, ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ôଥକ କ୍ଷେତ୍ରରେ ପରିବର୍ତ୍ତନ ହେବ, ସେୟାର ବଜାରରେ ଲାଭ ମିଳିବ, ଆତ୍ମବିଶ୍ୱାସ ବୃଦ୍ଧି ପାଇ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ, ଦୂରଯାତ୍ରାର ସୁଯୋଗ ମିଳିବ, ବିଦ୍ୟାକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବା ଫଳରେ ପ୍ରଶଂସିତ ହେବେ ।

ମକର:- ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ, ଗୃହୋପକରଣ କ୍ରୟ କରିବେ, ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ, ରାଜନୈତିକ ଜୀବନ ଝଡଝଞ୍ଜାମୟ ହେବାର ସମ୍ଭାବନା ରହିଛି, ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍‌, ଇର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ ।

କୁମ୍ଭ:- ଶତୃମାନେ ମୁଣ୍ଡ ନୂଆଇଁବେ, ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇବ, ସ୍ଥାନାନ୍ତରର ସୂଚନା ପାଇ ପାରନ୍ତି ।

ମୀନ:- ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ଓ ଋଣରୁ ମୁକ୍ତି ମିଳିବ, ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପାରିବାରିକ ସମସ୍ୟାକୁ ସମାଧାନ କରି ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।

Get real time updates directly on you device, subscribe now.