fbpx

ବସ ସହ ପିଟିହେଲା କାର, ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମଥୁରାର ମହାବନ ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ଅନିୟନ୍ତ୍ରିତ ହୋଇ ଡବଲ ଡେକର ବସ ଡିଭାଡରରେ ପିଟି ହୋଇଛି । ଏହି ସମୟରେ ପଛରେ ଆସୁଥିବା ସ୍ୱିଫ୍ଟ କାର ବସ ସହ ଧକ୍କା ହୋଇ ବସର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଛି । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ପାଞ୍ଚ ଜଣ ବ୍ୟକ୍ତି ଗାଡ଼ିରୁ ବାହାରି ପାରିନଥିଲେ ଏବଂ ଘଟଣାସ୍ଥଳରେ ସମସ୍ତ ୫ଜଣ ଜୀବନ୍ତ ଜଳି ଯାଇଛନ୍ତି ।

ଘଟଣାସ୍ଥଳରେ ଡିଏମ ଏବଂ ଏସଏସପି ପହଁଚିଛନ୍ତି । ମୃତକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ଡବଲ ଡେକର ବସରେ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁର୍ଘଟଣା ପରେ ବସ ଏବଂ କାର ହୁ ହୁ ହୋଇ ଜଳିବାରେ ଲାଗିଛି । କୁହାଯାଉଛି ଯେ, ବସ ଯାତ୍ରୀ ବାହାରକୁ ଡେଇଁ ନିଜ ଜୀବନ ରକ୍ଷା କରିଛନ୍ତି । ହେଲେ କାରରୁ ଯାତ୍ରୀ ବାହାରକୁ ବାହାରି ପାରିନଥିଲେ ।

ତେବେ ଜଣଙ୍କୁ କାରରୁ ଉଦ୍ଧାର କରାଯାଇଛି । ନିଆଁ ଖୁବ ଜୋରରେ ଲାଗିଯାଇଥିବାରୁ କାରର ଯାତ୍ରୀ ନ ବାହାରିପାରି ସେହି କାର ଭିତରେ ଜୀବନ୍ତ ଜଳିଯାଇଛନ୍ତି । ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି ଏବଂ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଁଚିଛି ।

Get real time updates directly on you device, subscribe now.