fbpx

(Video)ଇସ୍ରାଏଲ୍-ହାମାସ୍ ଯୁଦ୍ଧ: ମ୍ୟୁଜିକାଲ କନସର୍ଟରେ ମିସାଇଲର ବର୍ଷା, ବିଛେଇ ହୋଇ ପଡ଼ିଲା ଶବ, ଦେଖନ୍ତୁ ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯେଉଁଥିରେ ଇସ୍ରାଏଲର ଏକ ମ୍ୟୁଜିକାଲ କନସର୍ଟ ଆଡ଼କୁ ମିସାଇଲ ଉଡି ଆସୁଥିବା ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ସମାରୋହ ଘଟଣାସ୍ଥଳରେ ଆକ୍ରମଣ କରିବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା, ଅତି କମରେ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକଙ୍କୁ ଅପହରଣ କରାଯାଇଛି ।

ଗାଜା ନିକଟ କିବୁତ୍ଜ ରିମ୍ ନିକଟରେ ହଜାର ହଜାର ଲୋକ ଏହି ପାର୍ଟୀରେ ଯୋଗ ଦେଇଥିଲେ, ଠିକ୍ ସେତିକିବେଳେ ପାଲେଷ୍ଟାଇନର ବନ୍ଧୁକଧାରୀମାନେ ଘଟଣାସ୍ଥଳରେ ଆକ୍ରମଣ କରିଥିଲେ ଓ ପଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ସହରରେ ଅନୁପ୍ରବେଶ କରି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ, ଯାହା ଦ୍ୱାରା ଇସ୍ରାଏଲ୍ ଏବଂ ଗାଜାରେ ୧୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏକ ଟେଲିଭିଜନ ସମ୍ବୋଧନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତନ୍ୟାହୁ ଏହି ଆକ୍ରମଣକୁ ‘ମାରାତ୍ମକ’ ବୋଲି କହିଛନ୍ତି ।

କନସର୍ଟରୁ ଅନେକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଗୋଟିଏ ରେ ଦେଖିବାକୁ ମିଳିଥିଲା କି ଆତଙ୍କବାଦୀମାନେ ନୋଆ ଅରଗମାନି ନାମକ ଜଣେ ଯୁବତୀଙ୍କୁ ଅପହରଣ କରି ନିଜ ମୋଟରସାଇକେଲ ପଛରେ ନେଇଗଲେ । ଯୁବତୀ ଜଣକ ସାହାଯ୍ୟ ପାଇଁ ଚିକ୍ରାର କରୁଥିବା ଦେଖିବାକୁ ମିଳିଥିଲା । ମୋଟରସାଇକେଲ ପଛପଟେ ନେଗାଡି ଚଳାଉଥିବା ବେଳେ ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ।

Get real time updates directly on you device, subscribe now.