ଶେଷରେ ପଶୁକୁ ବି ଛାଡ଼ିଲାନି କାମାନ୍ଧ ପୁରୁଷ, ଘୋଡ଼ା ଚଢ଼ା ପ୍ରଶିକ୍ଷଣ କେନ୍ଦ୍ରରେ ଘୋଡ଼ାକୁ କଲା ଦୁଷ୍କର୍ମ !

କାମୁକତାର ଶେଷ ସୀମା ପାର। ଘୋଡ଼ାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ।

ମହାରାଷ୍ଟ୍ର:  କାମୁକତାର ସବୁ ସୀମା ପାର। ଶେଷରେ ଘୋଡ଼ାକୁ ବି ଛାଡ଼ିଲେନି। ପ୍ରଶିକ୍ଷଣ କେନ୍ଦ୍ରରେ କଲେ ଦୁଷ୍କର୍ମ। ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଛା ଛାକର। ପୋଲିସ ମଧ୍ୟ ଏବେ ସେହି ଦୁଷ୍କର୍ମକାରୀକୁ ଗିରଫ କରିଥିବା ସୂଚନା ମିଳିଛି।

ତେବେ ଏପରି ଏକ ବିବ୍ରତକାରୀ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଏକ ଘୋଡ଼ା ଚଢ଼ା ପ୍ରଶିକ୍ଷଣ କେନ୍ଦ୍ରରେ। ଉକ୍ତ ଏକାଡେମୀର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଘୋଡ଼ାକୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।

ଏହି ଘଟଣାଟି ମେ ୧୭ ତାରିଖ ଦିନ ସାମ୍ନାକୁ ଆସିଥିଲା। ଗିଟିଖାଦାନ ଅଞ୍ଚଳର ନାଗପୁର ଜିଲ୍ଲା ଘୋଡ଼ା ଚଢ଼ା ପ୍ରଶିକ୍ଷଣ କେନ୍ଦ୍ରରେ ଏହି ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।

ଘୋଡ଼ା ପ୍ରଶିକ୍ଷଣ ଏକାଡ଼େମୀର ମାଲିକଙ୍କ କହିବା କଥା, ଜଣେ ସୁରକ୍ଷାକର୍ମୀ ବିଳମ୍ବିତ ରାତିରେ ଦେଖିବାକୁ ପାଇଥିଲେ କି, ଜଣେ ବ୍ୟକ୍ତି ଘୋଡ଼ା ରହୁଥିବା ସ୍ଥାନକୁ ଲୁଚି ଲୁଚି ଯାଉଥିଲେ। ଏହା ଦେଖି ସୁରକ୍ଷାକର୍ମୀ ଜଣକ ତୁରନ୍ତ ବେଲ ବଜାଇଦେଇଥିଲେ।

ପରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ, କର୍ତ୍ତୃପକ୍ଷ ଉକ୍ତ ବ୍ୟକ୍ତିଙ୍କୁ ଛୋଟ୍ୟା ସୁନ୍ଦର ଖୋବ୍ରାଗଡେ ଭାବରେ ଚିହ୍ନଟ କରିଥିଲେ। ଯିଏକି ଘୋଡ଼ାଙ୍କୁ ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି। ପରେ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।