fbpx

ବିଶ୍ୱକପ ମାନିଆ: ଅହମ୍ମଦାବାଦ ହୋଟେଲରେ ରାତ୍ରିଯାପନ ପାଇଁ ୫୦ ହଜାର ଟଙ୍କା, ତଥାପି ସବୁ ରୁମ୍ ବୁକ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩କୁ ଆହୁରି ୧୦୦ ଦିନ ବାକି ରହିଛଇ । କିନ୍ତୁ ଏବେଠୁ କ୍ରିକେଟପ୍ରେମୀଙ୍କ ମନରେ ଦେଖିବାକୁ ମିଳିଛି ବିଶ୍ୱକପ ପାଇଁ ଉତ୍ସାହ । ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ମଧ୍ୟ ଏହାର ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ଅହମ୍ମଦାବାଦର ହୋଟେଲରେ ବଢିଯାଇଛି ଦାମ୍ । ଗୋଟିଏ ରାତି କାଟିବା ପାଇଁ ଦେବାକୁ ପଡିବ ୫୦ ହଜାର ଟଙ୍କା । ଟୁର୍ଣ୍ଣାମେଣ୍ଟକୁ ସାଢେ ୩ ମାସ ବାକି ଥିବା ବେଳେ ଏଠାକାର ଫାଇଭ ଷ୍ଟାର ହୋଟେଲରେ ରୁମ ବୁକ କରିବା ପାଇଁ ସର୍ବନିମ୍ନ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବାକୁ ଯାଉଛି । ତେବେ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସ୍ଥାନୀୟ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି । ତେବେ ଏ ନେଇ ଆଇଟିସି ନର୍ମଦାର ମହାପ୍ରବନ୍ଧକ କୀନନ ମେକେଞ୍ଜି ସୂଚନା ଦେଇ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ସମୂହ, ପ୍ରଶଂସକ ଏବଂ ପ୍ରାୟୋଜକଙ୍କ ପାଖରୁ ବୁକିଙ୍ଗ ତଥ୍ୟ ଆସିଛି । ତେଣୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏଥିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅଧିକାଂଶ ଫାଇଭ ଷ୍ଟାର ହୋଟେଲରେ ମ୍ୟାଚ ଦିନ ଗୁଡିକ ପାଇଁ ୬୦-୯୦% ରୁମ କବୁକ ହୋଇଛି । ଅହମ୍ମଦାବାଦରେ ହୟାତ ରିଜେନ୍ସୀର ଜେନେରାଲ ମ୍ୟାନେଜର ପୁନୀତ ବେଜଲ କହିଛନ୍ତି ଯେ, ମ୍ୟାଚ ଦିନଗୁଡିକ ପାଇଁ ପ୍ରାୟ ୮୦% ରୁମ ବୁକ୍ ହୋଇସାରିଛି । ଉଦଘାଟନ ସମାରୋହ ସହିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାଇଁ ଇଂଲଣ୍ଡ ଏବଂ ପ୍ରମୁଖ ସମୂହର ଟାଭେଲ ଏଜେନ୍ସିମାନଙ୍କ ଦ୍ୱାରା ବୁକିଙ୍ଗ ଶେଷ ହୋଇ ସାରିଛି ।

ତେବେ ରିପୋର୍ଟ ଅନୁସାରେ, ବେସ୍ କାଟାଗୋରୀର ରୁମ ପାଇଁ ପ୍ରାୟ ୫୦୦ପାଉଣ୍ଡ ଷ୍ଟର୍ଲିଙ୍ଗ ବା ପ୍ରାୟ ୫୨,୦୦୦ ଟଙ୍କା ସ୍ଥିର କରାଯାଇଛି । ସେହିପରି ପ୍ରିମିୟମ କ୍ଲାସର ରୁମ୍ ପାଇଁ ୧୦୦୦ ପାଉଣ୍ଡ ଷ୍ଟର୍ଲିଙ୍ଗ(୧ ଲକ୍ଷ ଟଙ୍କା) ବା ତାଠାରୁ ଅଧିକ ଟଙ୍କା ନିଆଯାଉଛି । ଅହମ୍ମଦାବାଦରେ ତାଜ୍ ଗ୍ରୁପର ସମ୍ପତ୍ତି ପରିଚାଳନା କରୁଥିବା ଉପସଭାପତି ଅତୁଲ ବୁଦ୍ଧରାଜ କହିଛନ୍ତି ଯେ, ଅକ୍ଟୋବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆର ଦୁଇଟି ହୋଟେଲରେ ଥିବା ସମସ୍ତ ରୁମ ବୁକ ହୋଇସାରିଛି । ଏହାସହିତ ମ୍ୟାଚ ଦିନ ଗୁଡିକରେ ମଧ୍ୟ ପ୍ରାୟ ୪୦-୬୦% ରୁମ୍ ବୁକିଙ୍ଗ ଶେଷ ହୋଇଛି । ତେବେ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣର୍ ଭାବରେ ବୁକିଙ୍ଗ ହୋଇଯିବ ବୋଲି ଆଶା ଅଛି ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.