fbpx

ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୫୦ ଡ଼ିଗ୍ରୀ ପାର କରିପାରେ ତାପମାତ୍ରା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତର ଅନେକ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟରେ ସୁର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି । ଏଭଳି ସମୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୁର୍ବାନୁମାନ ଲୋକଙ୍କୁ ଆହୁରି ଡରାଇ ଦେଇଛି ।

ବିଭାଗର ପୁର୍ବାନୁମାନ ଅନୁଯାୟୀ ସର୍ବାଧିକ ତାପମାତ୍ରା ୫୦ ଡ଼ିଗ୍ରୀ ଛୁଇଁପାରେ । କାରଣ ମେ ମାସରେ ସର୍ବାଧିକ ଗରମ ଅନୁଭୁତ ହୋଇଥାଏ । ଏହି କାରଣରୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରା ୫୦ ଡ଼ିଗ୍ରୀ ପାର କରିପାରେ । ଏହି ସମୟରେ ସର୍ବାଧିକ ତାପମାତ୍ରା ୫୨ ଡ଼ିଗ୍ରୀ ସେଲସିୟସ ପାର କରିପାରେ ।

ତେବେ ୧୨୨ ବର୍ଷ ପରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୯ ଏବଂ ୩୭.୭୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କାର୍ଯୟାଳୟ ଶନିବାର ଦିନ କହିଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ସାଧାରଣରୁ ଅଧିକ ତାପମାତ୍ରା ରେକର୍ଡ ହେବ । ଏଭଳି ପାଗ ମେ ମାସରେ ମଧ୍ୟ ଲାଗି ରହିପାରେ ବୋଲି ସେ କହିଛନ୍ତି । ତେବେ ସବୁଠୁ ବଡ଼ କଥା ଏହା ଯେ ମେ ମାସରେ ଦେଶର କିଛି କିଛି ସ୍ଥାନରେ ରାତିରେ ମଧ୍ୟ ଗରମ ଅନୁଭୁତ ହେବ ।

Get real time updates directly on you device, subscribe now.