fbpx
BSKY SKY
BSKY SKY

‘ଶାହରୁଖ ଖାଁ କିଏ ପଚାରୁଥିଲେ’, କିଛି ଘଣ୍ଟା ଭିତରେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ଫୋନ୍ କଲ୍

BSKY

ଗୁଆହାଟୀ: ୨୦୨୩ ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ‘ପଠାନ’ ତିନି ଦିନ ପରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ପଠାନଙ୍କ ମୁକ୍ତିଲାଭକୁ ନେଇ ଶାହାରୁଖଙ୍କ ପ୍ରଶଂସକଙ୍କ ଉତ୍ସାହ ଅଧିକ ହୋଇଥିଲେ ମଧ୍ୟ ଫିଲ୍ମକୁ ନେଇ ଏହାର ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ପଠାନ ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତକାଲି ଶାହାରୁଖ ଖାନଙ୍କ ବିଷୟରେ ଏକ ବଡ଼ କଥା କହିଥିଲେ। ଯାହା ପରେ ରାତି ୨ଟା ରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଏହି କଲ୍ ଆଉ କେହି ନୁହେଁ ଶାହରୁଖ ଖାନ୍ ନିଜେ କରିଥିଲେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ଏକ ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟର ଏକ ଥିଏଟରରେ ଘଟିଥିବା ଏକ ଘଟଣାକୁ ନେଇ ରାତି ୨ଟା ରେ ଶାହାରୁଖ ଖାନ ତାଙ୍କୁ ଫୋନ୍ କରିଥିଲେ।ସେ ମେଗାଷ୍ଟାର ଶାହରୁଖ ଖାନଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ବିରୋଧ କରି ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ଏବଂ କହିଛନ୍ତି ଆମେ ଘଟଣାର ତଦନ୍ତ କରିବୁ ଏବଂ ନିଶ୍ଚିତ କରିବୁ ଯେ ଏପରି ଅଘଟଣ ଘଟିବ ନାହିଁ।

‘ଶାହାରୁଖ ଖାନ କିଏ?’ ପଚାରିବାର ଗୋଟିଏ ଦିନ ପରେ ଏହି କଲ୍ ଆସିଛି। ଶନିବାର ସାମ୍ବାଦିକମାନଙ୍କର ପ୍ରଶ୍ନରେ ଏଭଳି କିଛି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା। ଗଣମାଧ୍ୟମ କର୍ମଚାରୀମାନେ ବଜରଙ୍ଗ ଦଳ କର୍ମୀଙ୍କ ହିଂସାତ୍ମକ ବିରୋଧ ଉପରେ ପ୍ରଶ୍ନ କରିଥିଲେ। ଶୁକ୍ରବାର ଦିନ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସହରର ନରେଙ୍ଗୀରେ ଏକ ଥିଏଟର ଭାଙ୍ଗି ଫିଲ୍ମ ‘ପଠାନ’ର ପୋଷ୍ଟର ଚିରି ପୋଡି ଦେଇଥିଲେ। ଏହି ଥିଏଟରରେ ‘ପଠାନ୍‌’ର ସ୍କ୍ରିନିଂ ହେବାର ଅଛି।

ଶର୍ମା କହିଥିଲେ, ‘ଶାହରୁଖ ମୋତେ ଫୋନ୍ କରି ନାହାନ୍ତି। ତେବେ ବଲିଉଡ୍‌ର ଅନେକ ସେମାନଙ୍କର ସମସ୍ୟା ପାଇଁ ଏଭଳି କରିଥାନ୍ତି। ଯଦି ଫୋନ୍ କରନ୍ତି ତେବେ ସେ ଏହି ମାମଲା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି, ଯଦି ଆଇନ୍ ଓ ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟ ହୋଇଛି ଏବଂ ମାମଲା ରୁଜୁ କରାଯାଇଛି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।’ ତେବେ ମୁଖ୍ୟମାତୃ ହିମନ୍ତ ବିଶ୍ୱ ଶର୍ମାଙ୍କ ଏହି ବିବୃତ୍ତି ପରେ ଶାହରୁଖ ଖାନ ତାଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍ ମାଧ୍ୟମରେ ତାଙ୍କ ଆଲୋଚନାର ସୂଚନା ସେୟାର କରିଛନ୍ତି।

Get real time updates directly on you device, subscribe now.