ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୨ ଆତଙ୍କବାଦୀଙ୍କ ଘର ଉଡ଼ା଼ଇ ଦିଆଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଆତଙ୍କବାଦୀ ଆଦିଲ ହୁସେନ ଥୋକାର ଏବଂ ଆସିଫ ଶେଖର ଘରକୁ ବୋମାରେ ଉଡ଼ାଇ ଦିଆଯାଇଛି । ସେମାନଙ୍କ ଘର ଭିତରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି ।
ଥୋକାର ଜମ୍ମୁ-କଶ୍ମୀରର ବାସିନ୍ଧା ହୋଇଥିବାବେଳେ ତା’ ଘର ଅନନ୍ତନାଗ ଜିଲ୍ଲାରେ । ସୂଚନା ମୁତାବକ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଥୋକରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସମାନ ଘଟଣାରେ ଶେଖର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି ।
ଗତକାଲି ରାତିରୁ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିବାବେଳେ ଏହାର ଜବାବ ଦେଇଛି ଭାରତୀୟ ସେନା । ଉଭୟ ଦେଶର ସେନା ପକ୍ଷରୁ ଗୁଳିବିନିମୟ ଜାରି ରହିଛି ।
ପହଲଗମ ଆକ୍ରମଣକୁ ୩ ଦିନ ବିତିଯାଇଥିବାବେଳେ ବତତର୍୍ମାନ ସୁଦ୍ଧା ଘଟଣାରେ ସମ୍ପକ୍ତ ଆତଙ୍କୀ ଧରାପଡ଼ି ନାହାନ୍ତି ।
J&K: Houses Of Two Terrorists Blown Up & Reduced To Rubble By Security Forces – #WATCH#PahalgamTerrorAttack #Viral #ViralVideo pic.twitter.com/6GHSkQdmfi
— TIMES NOW (@TimesNow) April 25, 2025