ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଓଡ଼ିଶାବାସୀଙ୍କ ନଜର ଏବେ ରହିଛି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀ ଉପରେ । ଗତକାଲି ବାବୁ-ପ୍ରକୃତି ଏକ କାରରେ ଯାଉଥିବା ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ସେମାନଙ୍କୁ ଧରିଥିଲେ । ତେବେ ତୃପ୍ତି ପ୍ରକୃତିଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା ।
ଏହି ଘଟଣାରେ ପ୍ରକୃତି ମିଶ୍ରଙ୍କ ବାପା ତୃପ୍ତିଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ତୃପ୍ତି ପ୍ରକୃତିଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ତେବେ ଏହା ମଧ୍ୟରେ କମିସନରେଟ ପୋଲିସ ପକ୍ଷରୁ ପ୍ରକୃତି ଓ ବାବୁଙ୍କୁ ସମନ୍ ଜାରି କରାଯାଇଛି । ଏଥିସହିତ ସତ୍ୟନଗର ଗେଷ୍ଟ ହାଉସରେ ଛାନଭିନ୍ ଚାଲିଛି । ଖୁବଶୀଘ୍ର ପୋଲିସ ନିକଟରେ ହାଜର ହେବେ ବାବୁ ଓ ପ୍ରକୃତି । ଏତଲା ଆଧାରରେ ଉଭୟପକ୍ଷର ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ଓଲିଉଡ ଷ୍ଟାରଙ୍କ ହାଇ ପ୍ରୋଫାଇଲ ପରକୀୟା ପ୍ରୀତି ଅଭିଯୋଗକୁ ନେଇ ଏବେ ସୋସିଆଲ ମିଡ଼ିଆ ଚଳଚଞ୍ଚଳ ହୋଇ ଉଠିଛି । ତେବେ ଏହା ମଧ୍ୟରେ ଆଜି ତୃପ୍ତି ରହୁଥିବା ଭଡ଼ାଘରେ ଏକ ନାଟକ ଦେଖିବାକୁ ମିଳିଛି । ତୃପ୍ତିଙ୍କ ଘର ଆଗରେ ଗଣମାଧ୍ୟମ କର୍ମଚାରୀମାନେ ବହୁମାତ୍ରାରେ ଭିଡ଼ ଜମାଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଘର ମାଲିକ ଗଣମାଧ୍ୟମ କର୍ମଚାରୀଙ୍କୁ ଘର ବାହାରକୁ ଯିବା ପାଇଁ କହୁଥିବା ଭିଡିଓରେ ଦେଖାଯାଉଛି । ଆପଣମାନେ ଆମ ଘର ଭିତରକୁ କାହିଁକି ପଶି ଯାଉଛନ୍ତି ବୋଲି ଜଣେ ବ୍ୟକ୍ତି ଗଣମାଧ୍ୟମ କର୍ମଚାରୀଙ୍କୁ କହୁଥିବା ଦେଖାଯାଉଛି । ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।