ମହାକାଶରେ କେମତି ପରିଶ୍ରା କରନ୍ତି ମହାକାଶଚାରୀ, ଜାଣନ୍ତୁ ସ୍ପେସର ଗୋପନୀୟ ତଥ୍ୟ

ମହାକାଶଚାରୀ କେମିତି କରନ୍ତି ମହାକାଶରେ ପରିଶ୍ରା, ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହ ଯାଇଥିବା ୱିଲମୋରଙ୍କ ୯ ମାସ ପରେ ସ୍ପେସରୁ ପୃଥିବୀକୁ ଆସିଛନ୍ତି । ତେବେ ସମସ୍ତଙ୍କ ମନକୁ ଏହା ପ୍ରଶ୍ନ ଆସୁଥିବ ଯେ, ଏତେ ଦିନ ଧରି ମହାକାଶଚାରୀମାନେ ଖାଉଥିବେ କଣ ଏବଂ ପରିଶ୍ରା ଓ ମଳତ୍ୟାଗ କିପରି କରୁଥିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ମହାକାଶରେ କିପରି ବ୍ୟବହାର କରାଯାଏ ଟଏଲେଟ: ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ସବୁ ଜିନିଷ ଉଡିଥାଏ । କେତେକ ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହାକାଶର ଟଏଲେଟ ବହୁତ ଭିନ୍ନ ।

ଏଠାରେ ଏୟାର-ପ୍ରେସର ଏବଂ ଭାକ୍ୟୁମର ବ୍ୟବହାର କରାଯାଇଥାଏ । ମଳତ୍ୟାଗ ଏବଂ ୟୁରିନ ପାଇଁ ଭିନ୍ନ-ଭିନ୍ନ ଟଏଲେଟ ତିଆରି କରାଯାଇଥାଏ ।

ମୁତ୍ରକୁ କିପରି ବଦଳାଯାଏ ପିଇବା ପାଣିରେ: ମହାକାଶରେ ପାଣି ମିଳିନଥାଏ. ଏଠାରେ ୟୁରିନକୁ ରିସାଇକେଲ କରି ତାକୁ ପିଇବା ପାଣିରେ ପରିବର୍ତ୍ତନ କରାଯାଇଥାଏ ।

ମହାକାଶ ଯାତ୍ରୀଙ୍କ ପାଇଁ ୟୁରିନକୁ ଏକ ଭିନ୍ନ ଟ୍ୟାଙ୍କରେ ରଖାଯାଏ । ଖାସ ପ୍ରକ୍ରିୟା ସାହାଯ୍ୟରେ ମୂତ୍ରକୁ ଫିଲ୍ଟର କରାଯାଇ ତାକୁ ପିଇବା ପାଣିରେ ବଦଳାଯାଇଥାଏ ।

ଏହି ପ୍ରକିୟାକୁ ପୂରା କରିବା ଲାଗି ମହାକାଶଚାରୀ ପ୍ରଥମେ ପରିଶ୍ରା କରିବା ସମୟରେ ଏକ ଖାସ ପାଉଚର ବ୍ୟବହାର କରିଥାଆନ୍ତି । ଏହାପରେ ରିସାଇକେଲିଂ ସିଷ୍ଟମ ସାହାଯ୍ୟରେ ତାକୁ ସଫା କରାଯାଇଥାଏ ।