fbpx

Burnout Syndromeର ଶିକାର ହୁଅନ୍ତି ଅଧିକାଂଶ କର୍ମଜୀବୀ, ଜାଣନ୍ତୁ ଏହାର ଲକ୍ଷଣ …

ଆଜିକାଲିର ଡିଜିଟାଲ ଯୁଗରେ ସମସ୍ତେ ପ୍ରାୟ କର୍ମଜୀବୀ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟ ପେୟ ମଣିଷକୁ ରୋଗମୁହାଁ କରିଲାଣି । ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଧ୍ୟାନ ଦେଉନାହାଁନ୍ତି । ଅଧିକାଂଶ ସମୟରେ ଡିପ୍ରେସନ ଓ ଚାପଗ୍ରସ୍ତ ରହୁଛନ୍ତି । ଏଥିମଧଧ୍ୟରୁ ଏକ ଗମ୍ଭୀର ରୋଗ ହେଲା (Burnout Syndrome) । ଏହାର ପ୍ରମୁଖ କାରଣ ହେଉଛି କଟ୍ ଥ୍ରୋଟ୍ କମ୍ପିଟିସନ, କାର୍ଯ୍ୟର ଚାପ, ସହକର୍ମୀଙ୍କ ସହ ମତଭେଦ, ଚ୍ୟାଲେଞ୍ଜରେ ନିଜକୁ ଦୁର୍ବଳ ଭାବିବା ଇତ୍ୟାଦି । ନିଜକୁ ମାନସତିକ ସ୍ତରରେ ଶକ୍ତିଶାଳୀ କରିବା ବେଶି ଗୁରୁତ୍ୱପୂର୍ଣ୍ଣ ଅଟେ । ସମୟ ଥାଉ ଥାଉ ଏହି ରୋଗକୁ ଚିହ୍ନଟ କରି ଚିକିତ୍ସା କରାଯାଇପାରିବ ।

Burnout Syndromeର କ’ଣ ?

ବାସ୍ତବରେ Burnout Syndrome ହେଉଛି ଏକ ପ୍ରକାର ଚାପ ଯାହା କାର୍ଯ୍ୟର୍ର ଅଧିକ ଚାପ ଦ୍ୱାରା ହୋଇଥାଏ । ଯଦି ଅଧିକ ସମୟ ପର୍ଯ୍ୟନ୍ତ ଆପଣ ବୃତ୍ତିଗତ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାଗ୍ରସ୍ତ ରହୁଥିବେ ବା କୌଣସି ଚ୍ୟାଲେଞ୍ଜର ସାମ୍ନା କରୁଥିବେ ତେବେ ଜାଣିବେ ଆପଣ Burnout Syndromeର ଶିକାର ହୋଇଛନ୍ତି । ଏହା ବ୍ୟତୀତ ସବୁଦିନ ଗୋଟିଏ ରୁଟିନରେ କାର୍ଯ୍ୟ କରିବା(Monotony Work Culture), କାର୍ଯ୍ୟରେ କିଛି ଉତ୍ସାହ ନହେବା, ଛୁଟିରେ ଥାଇ ମଧ୍ୟ କାମ ବିଷୟରେ ଭାବିବା ଇତ୍ୟାଦି ହେଉଛି ପ୍ରାରମ୍ଭିକ ଲକ୍ଷଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ Burnout Syndrome କ୍ରୋନିକ୍ ୱାର୍କପ୍ଲେସ ଷ୍ଟ୍ରେସ କାରଣରୁ ହୋଇଥାଏ । ଅଥାର୍ତ କାର୍ଯ୍ୟକୁ ନେଇ ଅଧିକ ଚାପଗ୍ରସ୍ତ ରହିବା Burnout Syndromeର ପ୍ରାରମ୍ଭିକ ଲକ୍ଷଣ । ସାଧାରଣତଃ Burnout Syndromeର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ:

– ଶରୀରରେ ଫୁର୍ତ୍ତି କମିଯିବା
– କ୍ରୋଧ ଏବଂ ଚିଡ଼ଚିଡ଼ାପଣ
– କାମରେ ମନ ନଲାଗିବା
– ଚାକିରି ପ୍ରତି ଅସନ୍ତୁଷ୍ଟ ଭାବନା ଆସିବା
– ନିଦ୍ରହୀନତା
– ନିଜକୁ ଅନ୍ୟମାନଙ୍କ ଠାରୁ କମ ଭାବିବା
– ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନରେ ହ୍ରସ ଘଟିବା
– ପେନିକ୍ ଆଟାକ ଆସିବା
– ଅଫିସ ପହଂଚିବା କ୍ଷଣି ଟେନସନ ବଢ଼ିଯିବା
– ନିଶ ସେବନ କରିବା

Burnout Syndromeରୁ କିପରି ନିଜକୁ ରକ୍ଷା କରିପାରିବା:

– ନିଜ ଡେସ୍କରେ ମୋଟିଭେସନାଲ କୋଟ୍ସ ଲଗାନ୍ତୁ ଯେପରି ସବୁବେଳେ ଆପଣଙ୍କ ନଜର ତା ଉପରେ ପଡ଼ୁଥିବ

– ଅଫିସ ଯିବା ପୂର୍ବରୁ ମେଡିଟେସନ୍ କରନ୍ତୁ

– ଯେତେ ଦୂର ସମ୍ଭବ ଅଫିସ କାମ ଅଫିସରେ ଶେଷ କରିବାକୁ ଚେଷ୍ଟା କରନ୍ତୁ । ଘରେ କୌଣସି ଅଫିସ କାମ କରିବା ଠାରୁ ଦୂରେଇ ରୁହନ୍ତୁ

– ଛଟି ଦିନରେ ବ୍ୟକ୍ତିଗତ ଜୀବନ ଉପରେ ଫୋକସ କରନ୍ତୁ

– କାମ ମଝିରେ ଛୋଟ ଛୋଟ ବ୍ରେକ୍ ନିଅନ୍ତୁ

– ଖାଲି ସମୟରେ ଆପଣଙ୍କୁ ଖୁସି ଦେଲା ଭଳି କାମ କରନ୍ତୁ

ତେବେ ଏହି ସବୁ ଉପାୟ ମାଧ୍ୟମରେ ଆମେ ନିଜକୁ Burnout Syndromeରୁ ଦୂରେଇପାରିବା । ଅନେକ ସମୟରେ ଲୋକମାନେ ଏହି ସବୁ ଚିନ୍ତାରୁ ନିଜକୁ ଦୂରେଇ ରଖିବା ପାଇଁ ବିଭିନ୍ନ ମେଡିସିନ ସେବନ କରିଥାନ୍ତି । ଏହା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇପାରେ ତେଣୁ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.