ଚିନ୍ତାଜନକ ବିଷୟ: ବାୟୁରେ ଏହିପରି ବ୍ୟାପୁଛି କରୋନା ଭାଇରସ୍

ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ତେଣୁ ଗବେଷକମାନେ ଏହି ଜୀବାଣୁ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି । କରୋନା ଉପରେ ରିସର୍ଚ୍ଚ କରିବା ଦ୍ୱାରା ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବାୟୁରେ କିପରି କରୋନା ବ୍ୟାପୁଛି ଏହାକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରଥିଲେ । ଏହାସହ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ କରୋନା ରୋଗୀର ନିଶ୍ୱାସ ଏବଂ ପାଟିରୁ ନିର୍ଗତ ମାଇକ୍ରୋଡ୍ରୋପ୍ଲେଟର କରୋନା ଜୀବାଣୁ ମଧ୍ୟ ହୋଇପାରେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ହୋଇନାହିଁ ଯେ କ୍ଷୁଦ୍ର କଣିକା ମଧ୍ୟ ସଂକ୍ରମିତ ହୋଇପାରେ । କିନ୍ତୁ ଏବେ କରାଯାଇଥିବା ନୂତନ ଅଧ୍ୟୟନରେ ଜଣାପଡ଼ିଛି ଯେ କାଶିବା , ଛିଙ୍କିବା, ସାଧାରଣତଃ କହିବା ଓ ନିଶ୍ୱାସ ନେବାରେ ମଧ୍ୟ କରୋନା ଜୀବାଣୁ ବିସ୍ତାର କରିପାରେ । ଏହା ମଧ୍ୟ ନୁହେଁ ଛଅଫୁଟ ଦୂରରୁ ମଧ୍ୟ ଏହି ଜୀବାଣୁ ଆପଣଙ୍କୁ ସଂକ୍ରମଣ କରିପାରେ ବୋଲି ସୂଚନା ମିଳିଛି ।