fbpx

ପାର୍ବଣ ସିଜିନରେ No-Cost EMIର ଫାଇଦା କିପରି ଉଠାଇବେ?

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇସାରିଥିବା ବେଳେ ଏହି ସମୟରେ ଆମାଜନ, ଫ୍ଲିପକର୍ଟ, ଜିଓ ମାର୍ଟ, ମାଇନ୍ତ୍ରା ପରି ଇ-କମର୍ସ ପ୍ଲାଟଫର୍ମରେ ଫେଷ୍ଟିଭ୍ ସିଜିର ଖୁବ୍ ଧୂମ୍ ମଚାଉଛି । ଏହି ସମସ୍ତ ଶପିଂ ପ୍ଲାଟଫର୍ମ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ଭିନ୍ନ ଭିନ୍ନ ଅଫର ଘୋଷଣା କରୁଛନ୍ତି । ତେବେ ଏହି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ‘ନୋ-କଷ୍ଟ ଇଏମଆଇ’ । ଏହି ନୋ-କଷ୍ଟ ଇଏମଆଇର ଫାଇଦା ଉଠାଇବେ କିପରି ତାହା ଗ୍ରାହକମାନେ ଜାଣିବା ନିହାତି ଜରୁରୀ ।

ନୋ-କଷ୍ଟ ଇଏମଆଇର ଫାଇଦା ଉଠାଇବାକୁ ହେଲେ କିଛି ସର୍ତ୍ତାବଳୀକୁ ଭଲ ଭାବେ ଜାଣିବା ନିହାତି ଆବଶ୍ୟକ । ଆପଣଙ୍କର ସମସ୍ତ ଇଏମଆଇ କେବେ ବି ଇନ-ହ୍ୟାଣ୍ଡ ଇନକମର ୪୦ ପ୍ରତିଶତରୁ ଅଧିକ ନ ହେବା ଆବଶ୍ୟକ । ଆପଣକର କ୍ରେଡିଟ କାର୍ଡ ଡ୍ୟୁ ବଢ଼ିଗଲେ ଆପଣମାନେ ତାକୁ ସମାପ୍ତ କରିବା ସେଭିଙ୍ଗକୁ ବ୍ୟବହାର କରନ୍ତୁ । ଆଜିର ସମୟରେ ପ୍ଲାଷ୍ଟିକ ମନୀ ବା କ୍ରେଡିଟ କାର୍ଡ ପେମେଣ୍ଡ ଏବେ ସମସ୍ତଙ୍କର ମୁଖ୍ୟ ପସନ୍ଦ ପାଲଟି ଗଲାଣି । କ୍ରେଡିଟ କାର୍ଡର ବ୍ୟବହାର ବହୁତ ସୁବିଧାଜନକ ହେବା ସହିତ ଏହା ଉପରେ ରିୱାର୍ଡ ପଏଣ୍ଟ ମଧ୍ୟ ମିଳିଥାଏ । ଏଥିସହିତ ଫେଷ୍ଟିଭ ସିଜିନରେ କ୍ରେଡିଟ କାର୍ଡରେ କ୍ରୟ ଉପରେ ଆକର୍ଷଣୀୟ ଅଫର ମଧ୍ୟ ମିଳିଥାଏ ।

କ୍ରେଡିଟ କାର୍ଡ କ୍ରେତା, ଶପିଂ ପ୍ଲାଟଫର୍ମ ଓ ବ୍ୟାଙ୍କ ପାଇଁ ଫାଇଦା ଦାୟକ ହୋଇଥାଏ । କମ୍ପାନୀମାନଙ୍କର ବିକ୍ରି ବୃଦ୍ଧି ହେଉଥିବା ବେଳେ କ୍ରେତାଙ୍କୁ ବଢ଼ିଆ ଡିଲ୍ ମିଳିଯାଇଥଶଏ । ଏଥିସହିତ କ୍ରେଡିଟ କାର୍ଡ ଜାରି କରୁଥିବା ବ୍ୟାଙ୍କ ବା ଆର୍ଥିକ ସଂସ୍ଥାର ଟ୍ରାଞ୍ଜାକସନ ମଧ୍ୟ ବଢ଼ିଯାଇଥଶଏ । ତେବେ କ୍ରେଡିଟ କାର୍ଡ ବ୍ୟବହାର କରିବା ସମୟରେ କିଛି ଜିନିଷକୁ ନେଇ ସତର୍କ ରହିବା ଆବଶ୍ୟକ । ବିଲ ଭରଣ ସର୍ବଦା ଠିକ୍ ସମୟରେ କରନ୍ତୁ । ଏହାଦ୍ୱାରା ଆପଣ ମୋଟା ଅଙ୍କର ସୁଧ ଓ ଲେଟ୍ ପେନାଲ୍ଟିରୁ ବର୍ତ୍ତି ପାରିବେ । ଆପଣ ଯଦି ଫ୍ରିଜ ବା ୱାଶିଂ ମେଶିନ ନେବାକୁ ଚାହାନ୍ତି ତେବେ ଆପଣଙ୍କୁ ନୋ-କଷ୍ଟ ଇଏମଆଇର ଉପଯୋଗ କରିବା ଦରକାର । ନୋ-କଷ୍ଟ ଇଏମଆଇରେ ଆପଣଙ୍କୁ ବିନା ସୁଧରେ ଇଏମଆଇ ମିଳିଥାଏ । କମ୍ପାନୀମାନେ ବୈଦ୍ୟୁତିକ ସରଞ୍ଜାମ, ଫର୍ଣ୍ଣିଚର, ଗେଜେଟ ପରି ମହଙ୍ଗା ଜିନିଷରେ ନୋ-କଷ୍ଟ ଇଏମଆଇ ଦେଇଥାନ୍ତି । ଏଥିରେ ଆପଣଙ୍କୁ ନିଜର ପେମେଣ୍ଟକୁ ୬-୯ ମାସରେ ଭରଣା କରିବାର ସୁବିଧା ମିଳିଥାଏ । ଏହାଦ୍ୱାରା ଆପଣ ପାର୍ବଣ ଋତୁରେ ନିଜ ବଜେଟ ଭିତରେ ମନ ପସନ୍ଦର ଜିନିଷ କ୍ରୟ କରିପାରିବେ । ବିନା ସୁଧରେ ବଡ଼ ଖର୍ଚ୍ଚକୁ ଛୋଟ କିସ୍ତିରେ ବାଣ୍ଟିବାର ଏକତ ତରିକା ହେଉଛି ନୋ-କଷ୍ଟ ଇଏମଆଇ ।

Get real time updates directly on you device, subscribe now.