ଏଲପିଜି ସିଲିଣ୍ଡରଠାରୁ କେତେ ଭୟଙ୍କର ଅକ୍ସିଜେନ ସିଲିଣ୍ଡର, ବିସ୍ଫୋରଣ ହେବାରେ କିଏ ଅଧିକ ବିନାଶକାରୀ

ନୂଆଦିଲ୍ଲୀ: ବୁଲନ୍ଦସହରରେ ସୋମାବାର ରାତି ୮ଟାରେ ଏକ ଘରେ ଅକ୍ସିଜେନ ସିଲିଣ୍ଡର ଫାଟିଯାଇଥିଲା। ଏହି ବିସ୍ଫୋରଣ କାରଣରୁ ଏକ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯେଉଁ ଘରେ ଅକ୍ସିଜେନ ସିଲିଣ୍ଡର ଫାଟିଥିଲା ସେଠାରେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ତାଙ୍କ ଘରେ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା। ଆସନ୍ତୁ ଜାଣିବା ଏଲପିଜି ସିଲିଣ୍ଡର ଏବଂ ଅକ୍ସିଜେନ ସିଲିଣ୍ଡର ମଧ୍ୟରୁ କେଉଁଟି ଅଧିକ ଭୟଙ୍କର..

ଏଲପିଜି ସିଲିଣ୍ଡରରେ ମୁଖ୍ୟତଃ ପ୍ରୋପେନ ଏବଂ ବ୍ୟୁଟେନର ମିଶ୍ରଣ ହୋଇଥାଏ। ଯେଉଁ କାରଣରୁ ଏହା ଦହନଶୀଳ ଗ୍ୟାସରେ ପରିଣତ ହୁଏ। ଯଦି ଆପଣ ଏହି ଗ୍ୟାସରେ ଗୋଟିଏ ଦିଆସିଲି କିମ୍ବା ବାଣ ଲଗାଇଦେବେ, ତେବେ ଏହା ବ୍ଲାଷ୍ଟ ହୋଇଯିବ। ଏଥିରେ ଲୋକେ ଗମ୍ଭୀର ଭାବେ ଆହତ ଏବଂ ବ୍ୟକ୍ତିଙ୍କର ମୃତ୍ୟୁ ଘଟିପାରେ।

ଏଲପିଜି ସ୍ପାର୍କ ସଂସ୍ପର୍ଶରେ ଆସିବା ପରେ ନିଆଁ ଲାଗିଥାଏ, ହେଲେ ଅକ୍ସିଜେନ ଏକ ଏଭଳି ଗ୍ୟାସ, ଯାହା ଜଳିବାରେ ସାହାଯ୍ୟ କରିଥାଏ। ଅର୍ଥାତ ଯଦି ନିଆଁ ଲାଗେ ଏବଂ ଏଥିରେ ଅକ୍ସିଜେନ ମିଳିଯାଏ ତେବେ ଏହା ଭୟାନକ ହୋଇପାରେ। ଅକ୍ସିଜେନ ନିଆଁର ତାପମାନକୁ ଏତେ ବଢାଇଥାଏ ଯେ, ଏଥିରେ ପଥର ମଧ୍ୟ ଜଳିଯାଏ। ଏହି କାରଣରୁ ଅକ୍ସିଜେନର ବ୍ଲାଷ୍ଟ ଏଲପିଜି ତୁଳନାରେ ଅଧିକ ଭୟଙ୍କର ହୋଇଥାଏ।