fbpx

ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବ Googleର Android 15: ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଜିକାଲି ଓ୍ବାନ ଟାଇମ୍ ପାସଓ୍ବାର୍ଡ (OTP) ସଂପର୍କିତ ଠକେଇ ବଢ଼ିବାରେ ଲାଗିଛି । ଦେଶରେ ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବାକୁ ଗୁଗୁଲ୍ Android 15ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ କିଛି ମାସରେ ୟୁଜର୍ସଙ୍କୁ Android 15 ର ଷ୍ଟେବଲ ଭର୍ଜନ ମିଳିଯିବ । Android 15 ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚର ଦେଇଛି ।

ଓଟିପି ଫ୍ରଡ ରୋକିବା ଲାଗି ନୂଆ ଫିଚର ଆଣିଛି ଗୁଗୁଲ୍ :-

ନିଜ ଆନୁଆଲ ଡେଭଲପର୍ସ କନଫରେନ୍ସ Google I/O ରେ କମ୍ପାନୀ କହିଛି ଯେ, Android 15 ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ ମିଳିବ । ଏଥିରେ ଏଆଇ ପାୱର୍ଡ ପ୍ରୋଟେକ୍ସନ ରହିବ । ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମକୁ ରୋକାଯାଇପାରିବ । ଅଧିକ ସୁରକ୍ଷା ପାଇଁ ଅନେକ ଆପ୍ସକୁ ନୋଟିଫିକେସନରେ ଓଟିପିର ଆକ୍ସେସ ମିଳିବ ନାହିଁ ।

ସେପଟେ ୟୁଜର୍ସ ଯଦି ୱିୟରେବଲ କମ୍ପାନିଅନ ଆପ (Wearable Companion App) ବ୍ୟବହାର କରୁଛନ୍ତି, ତେବେ Android 15ରେ ତାଙ୍କୁ ଓଟିପିର ଆକ୍ସେସ ମିଳିବ ନାହିଁ । ଏଥିରେ ସ୍ପାଇୱେୟାରକୁ ଓଟିପିର ଆକ୍ସେସ ମିଳିବ ନାହିଁ । ଅର୍ଥାତ ନୂଆ ଆଣ୍ଡ୍ରୋଏଡ ଭର୍ଜନରେ ଓଟିପିର ଆକ୍ସେସ ମିଳିବା ସହଜ ହେବ ନାହିଁ।

ସେହିଭଳି ଲାଟେଷ୍ଟ ଆଣ୍ଡ୍ରୋଏଡ ଭର୍ଜନରେ ସ୍କ୍ରିନ୍ ଶେୟାରିଂ ଫିଚର ଅନ୍ କଲେ ପ୍ରାଇଭେଟ୍ କଣ୍ଟେଣ୍ଟ ହାଇଡ୍ ହୋଇ ରହିବ । ଏହା ଦ୍ବାରା ସାଇବର ଠକ ଆପଣଙ୍କର ନୋଟିଫିକେସନକୁ ଦେଖିପାରିବେ ନାହିଁ । ଏହା ବ୍ୟତୀତ ସ୍କ୍ରିନ୍ ଶେୟାରିଂରେ ଆପଣଙ୍କ ଓଟିପି ନଜର ଆସିବ ନାହିଁ ।

Get real time updates directly on you device, subscribe now.