fbpx

ପବ୍ଲିକ ପ୍ଲେସରେ ମାଗଣାରେ ୱାଇଫାଇ ବ୍ୟବହାର କରିବା ଆପଣଙ୍କୁ ପଡିପାରେ ମହଙ୍ଗା, କାହିଁ ଆପଣ ତ କରୁନାହାନ୍ତି ଏପରି ଭୁଲ୍

ନୂଆଦିଲ୍ଲୀ:  ଆପଣ ବି କ’ଣ ଫ୍ରି ୱାଇଫାଇ ବ୍ୟବହାର କରୁଛନ୍ତି । ବହୁ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ମାଗଣାରେ ୱାଇଫାଇ ଉପଲବ୍ଧ ହୋଇଥାଏ । ବହୁ ଲୋକ ଏପରି ମାଗଣା ୱାଇଫାଇର ସନ୍ଧାନରେ ରହିଥାନ୍ତି କିନ୍ତୁ ଏହା ଯେ ୟୁଜର୍ସଙ୍କ ଲାଗି କେତେ ମହଙ୍ଗା ପଡିପାରେ ତାହା କେହି ଜାଣି ପରନ୍ତି ନାହିଁ ।

ଏଣୁ ପବ୍ଲିକ ୱାଇଫାଇ ବ୍ୟବହାର କରିବା ସମୟରେ ଆପଣଙ୍କୁ ବହୁ ଦିଗ ଉପରେ ଧ୍ୟାନ ରଖିବାକୁ ହେବ । କାରଣ ସ୍କାମର୍ସ ବହୁ ସମୟରେ ଫ୍ରି ୱାଇଫାଇର ଜାଲ ବିଛାଇ ରହିଥାନ୍ତି । ଏହାଦ୍ୱାରା ସେମାନେ ବହୁ ସହଜରେ ୟୁଜର୍ସ ଫୋନ୍ ରୁ ଡାଟା ଆକ୍ସେସ୍ କରି ନେଇଥାନ୍ତି । ସ୍କାମର୍ସ ବା ହ୍ୟାକର୍ସମାନଙ୍କର ବିଭିନ୍ନ ତରିକାରୁ ମ୍ୟାନ ଇନ ଦି ମିଡିଲ ଏକ ତରିକା ହୋଇଥାଏ । ଅଧିକାଂଶ ପବ୍ଲିକ ୱାଇଫାଇ ଏନକ୍ରିପଟେଡ୍ ହୋଇ ନ ଥାଏ । ଏହାର ଫାଇଦା ଉଠାଇ ବହୁ ହ୍ୟାକର୍ସ ସହଜରେ ଆପଣଙ୍କ ଡାଟା ଚୋରାଇ ନେଇଥାନ୍ତି ।

ପବ୍ଲିକ ୱାଇଫାଇରେ କେବଳ ଦୁଇ ଜଣ ପାର୍ଟିସିପାଣ୍ଟ ରହି ନ ଥାନ୍ତି । ବରଂ ଏଥିରେ ଦୁଇ ଜଣଙ୍କ ମଧ୍ୟରେ ଏକ ଥାର୍ଡ ପାର୍ଟି ଇଣ୍ଟରସେପ୍ସନ ହୋଇଥାଏ । ଏହି କାରଣରୁ ଡାଟା ସିଧା ସର୍ଭର ଓ ୟୁଜର ମଧ୍ୟରେ ଟ୍ରାନ୍ସଫର ହୋଇ ନ ଥାଏ । ବରଂ ଲିଙ୍କ ବ୍ରେକ୍ ରହିଥାଏ । ଏହାର ଫାଇଦା ହ୍ୟାକର୍ସମାନେ ଉଠାଇଥାନ୍ତି ଓ ସେମାନେ ୟୁଜର୍ସଙ୍କୁ ଏକ ନକଲି ଭର୍ସନ ଦେଖାଇଥାନ୍ତି । କେହି ବି ୟୁଜର ଏହି ପ୍ରକାର ହ୍ୟାକିଂର ଶିକାର ହୋଇପାରେ । ଏହାର କାରଣ ପବ୍ଲିକ୍ ୱାଇଫାଇରେ ସେୟାର ତଥ୍ୟ ଏନକ୍ରିପଟେଡ୍ ନ ହେବା । ଏହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ଫୋନ୍ କୁ ଆକ୍ସେସ କରି ସମସ୍ତ ଡାଟା ସହଜରେ ଚୋରାଇ ନେଇପାରେ ।

ଆପଣ ପବ୍ଲିକ ୱାଇଫାଇର ବ୍ୟବହାର କରୁଥିଲେ କିଛି ଦିଗ ଉପରେ ଧ୍ୟାନ ରଖନ୍ତୁ । କୌଣସି ବି ପ୍ରକାର ପାସୱାର୍ଡ ଏଣ୍ଟର କରିବା ପୂର୍ବରୁ ସେହି ପେଜ୍ ର ୟୁଆରଏଲ୍ ନିଶ୍ଚୟ ଦେଖନ୍ତୁ । ଯଦି ୟୁଆରଏଲରେ ଆପଣଙ୍କୁ https ଦେଖାଯିବ ନାହିଁ ତେବେ ତୁରନ୍ତ ଲଗଆଉଟ୍ କରି ଦିଅନ୍ତୁ । ଆପଣଙ୍କ ଫୋନ୍ର ବ୍ରାଉଜର ବି ଏହି ପ୍ରକାର ଏହି ପ୍ରକାର ୱେବସାଇଟ ଓପନ କରିବା ପୂର୍ବରୁ ଆପଣଙ୍କୁ ୱାର୍ଣ୍ଣିଂ ଦେଇଥାଏ ଯାହାକୁ ଅଣଦେଖା କରନ୍ତୁ ନାହିଁ ।

Get real time updates directly on you device, subscribe now.