fbpx

ରିଫାଇନଡ଼ ତେଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣିଲେ ଉଡିଯିବ ହୋସ୍

ଆଜିର ସମୟରେ ସୁସ୍ଥ ଜୀବନ ଅତିବାହିତ କରିବା ନାଁରେ ଆମେ ମାନେ ଅଜାଣତରେ ଅସୁସ୍ଥତା ଦିଗରେ ଗତି କରୁଛନ୍ତି। ନିଜକୁ ସସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁସ୍ଥ ରହିବାର ପ୍ରଥମ ପଦକ୍ଷେପ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ।

ଅଧିକାଂଶ ଲୋକ ରୋଷେଇ ପାଇଁ ରିିଫାଇନଡ୍ ତେଲ ବ୍ୟବହାର କରୁଛନ୍ତି । ଏବେ ବଜାରରେ ବିଭିନ୍ନ ପ୍ରକାରର ବ୍ରାଣ୍ଡର ରିିଫାଇନଡ୍ ଅଏଲ୍ ଉପଲବ୍ଧ ହେଉଛି । ତେବେ ସେଥିମଧ୍ୟରୁ କେଉଁଟି ଭଲ ବୋଲି ଆପଣ ଜାଣିବାକୁ ଚାହୁଁଥିବେ। ତା’ ଛଡ଼ା ଏହା କେତେ ସ୍ୱାସ୍ଥ୍ୟପ୍ରଦ ତାହା ବି ଜାଣିବାକୁ ଚାହୁଁଥିବେ। କିନ୍ତୁ ଆମେ ବ୍ୟବହାର କରୁଥିବା ରିଫାଇନଡ଼ ତେଲ ଆମ ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ରିିଫାଇନଡ୍ ଅଏଲ୍ ପ୍ରସ୍ତୁତି ପାଇଁ ବିପୁଳ ମାତ୍ରାରେ କ୍ଷତିକାରକ ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଇଥାଏ। ଏହା ଫଳରେ ତେଲରେ କୌଣସି ଭଲ ତତ୍ତ୍ୱ ରହି ନ ଥାଏ। ଆଉ ଏକ ବଡ଼ କାରଣ ହେଲା ରିଫାଇନିଂ ପ୍ରକ୍ରିୟା ସମୟରେ ତେଲ ଅନେକ ଅଂଶରେ ବିଷାକ୍ତ ହୋଇ ଯାଇଥାଏ।

– ଗବେଷଣାରୁ ଜଣାଯାଇଛି କି ଖାଦ୍ୟ ପ୍ରସ୍ତୁତି ବେଳେ ରିିଫାଇନଡ୍ ତେଲ ଅପେକ୍ଷା ସୋରିଷ ତେଲ,ନଡ଼ିଆ ତେଲ ଓ ଘିଅ ଅଧିକ ଉପଯୋଗୀ ହୋଇଥାଏ ।

– ଆମେ କୋଲେଷ୍ଟ୍ରଲରୁ ଶରୀରକୁ ରକ୍ଷା କରିବା ପାଇଁ ରିିଫାଇନଡ୍ ତେଲର ବ୍ୟବହାର କରିଥାଉ।

– କିନ୍ତୁ ସେଥିରେ ତାହା ରହି ନଥାଏ। ତା’ ଛଡ଼ା ଆମ ଶରୀରକୁ ଯେଉଁ ଫ୍ୟାଟି ଏସିଡ଼୍ ଦରକାର,ତାହା ବି ରିିଫାଇନଡ୍ ଅଏଲରୁ ମିଳି ନ ଥାଏ ।

Get real time updates directly on you device, subscribe now.