fbpx

EVM ପାଇଁ କେତେ ଜରୁରୀ ଅଟେ BURNT MEMORY କେତେ ସମୟ ସୁରକ୍ଷିତ ରହିପାରିବ ଡାଟା

Advertisement

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ସରିସାରିଛି । କିନ୍ତୁ, ଇଭିଏମ୍‌କୁ ନେଇ ଏବେ ବି ବିବାଦ ଲାଗି ରହିଛି । ବହୁ ନେତା ଇଭିଏମ୍‌କୁ ନେଇ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗକୁ ଲୋକସଭା ନିର୍ବାଚନର ୮ ଜଣ ଆଶାୟୀ ପ୍ରାର୍ଥୀଙ୍କଠୁ ଇଭିଏମ (EVM0 ଓ ଭିଭିପାଟ (VVPAT) ର
ୱର୍ଣ୍ଟ ମେମୋରୀ ର  ସତ୍ୟତା ପାଇଁ ଆବେଦନ ଆସିଛି । ତେବେ ୱର୍ଣ୍ଟ ମେମୋରୀ କ’ଣ ଓ ଏହା କେତେ ସୁରକ୍ଷିତ ଜାଣିବା…

ୱର୍ଣ୍ଟ ମେମୋରୀ ଇଭିଏମ୍ ର ଡାଟାକୁ ସୁରକ୍ଷିତ ରଖିଥାଏ । ରିପୋର୍ଟ ଅନୁସାରେ, ଏହା ୧୦ ବର୍ଷରୁ ଅଧିକ ସମୟ ଯାଏଁ ଡାଟାକୁ ସୁରକ୍ଷିତ ରଖିପାରେ । ଭାରତର ଇଭିଏମ୍‌କୁ ଅନ୍ୟ ଦେଶର ବୋଟିଂ ମେସିନଠୁ ବି ଅଧିକ ସୁରକ୍ଷିତ ମଣାଯାଇଥାଏ । ୱର୍ଣ୍ଟ ମେମୋରୀର ଅର୍ଥ ପ୍ରୋଗ୍ରାମିଂ ପୁରା ହୋଇସାରିବା ପରେ ମେମୋରୀକୁ ସ୍ଥାୟୀ ଭାବରେ ଲକ କରି ଦେବା । ଯେଉଁଥିରେ କୌଣସି ପ୍ରକାର ଅନୈତିକ କାର୍ଯ୍ୟ କରାଯାଇ ପାରିବ ନାହିଁ । ନିର୍ବାଚନ ଆୟୋଗ ଅନୁସାରେ, ଇଭିଏମ୍ ରେ ବ୍ୟବହୃତ ହେଉଥିବା ପ୍ରୋଗ୍ରାମ ବା ସପ୍ଟୱେର ଗୋଟିଏ ଟାଇମ ପାଇଁ ମାସ୍କଟ ଚିପ ( ହାର୍ଡୱେର) ରେ ବନ୍ଦ କରାଯାଇଥାଏ । ଏହା ହେବା ପରେ ସେହି ପ୍ରୋଗ୍ରାମକୁ ଆଉ ପଢାଯାଇ ପାରେ ନାହିଁ । ଏଭଳି ପରିସ୍ଥିତିରେ ଇଭିଏମ୍‌କୁ ବିଶେଷ ଉପାୟ ଅବଲମ୍ବନ କରାଯାଇ ଆଉ ଦ୍ୱିତୀୟ ଥର ପାଇଁ ପ୍ରୋଗ୍ରାମ କରାଯାଇ ପାରିବ ନାହିଁ । ସେଥିପାଇଁ ଭାରତରେ ଥିବା ଇଭିଏମ୍ ଅଧିକ ସୁରକ୍ଷିତ ଅନ୍ୟ ଦେଶ ଅପେକ୍ଷା ।

କେମିତି ହୁଏ ଭୋଟର ଭେରିଫିକେସନ

ରିପୋର୍ଟ ଅନୁସାରେ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ମିଳିବା ପରେ ଇଭିଏମ୍ ମେସିନର ନିର୍ମାତାଙ୍କ ତରଫରୁ ଏକ ସ୍ୱତନ୍ତ୍ର ଇଞ୍ଜିନିୟର୍ସଙ୍କ ଟିମ୍ ତିଆରି କରଯାଏ । ଯେଉଁମାନେ ଭୋଟର ପରିଣାମର ଯାଞ୍ଚ ଓ ସତ୍ୟାପନ କରି ଥାଆନ୍ତି । ସେଠାରେ ଆବେଦନ କରିଥିବା ପ୍ରାର୍ଥୀ ଉପସ୍ଥିତ ରୁହନ୍ତି । ଫଳରେ ସେମାନେ ଯାଞ୍ଚକୁ ନିଷ୍ପକ୍ଷ ଭାବରେ ଦେଖି ଥା’ନ୍ତି । ଏହି ଯାଞ୍ଚର ଖର୍ଚ୍ଚ ଆବେଦନ କରିଥିବା ପ୍ରାର୍ଥୀ ଉଠାଇ ଥାଆନ୍ତି । ଏହି ଯାଞ୍ଚ ପ୍ରକ୍ରିୟାର ଖର୍ଚ୍ଚ ନିର୍ବାଚନ ଆୟୋଗ ବିଜ୍ଞାପନ ଭାବରେ ଦେଇଥାଏ । ଯଦିବା ଇଭିଏମ୍ ରେ କୌଣସି ପ୍ରକାର ଅସୁବିଧା ଥିବାର ଜଣାଯାଏ, ତେବେ ସମସ୍ତ ଖର୍ଚ୍ଚ ଆଶାୟୀଙ୍କୁ ଫେରସ୍ତ କରି ଦିଆଯାଇଥାଏ । ଏଭଳି ପରିସ୍ଥିତିରେ ସରକାର ସମସ୍ତ ଖର୍ଚ୍ଚ ବହନ କରନ୍ତି । ଯଦି ଏକ୍ସପର୍ଟ ଦ୍ୱାରା ଯାଞ୍ଚ ସଠିକ ଆସେ , ତେବେ ନିୟମ ଅନୁସାରେ ନିର୍ବାଚନ ଆୟୋଗ ସବୁ ପଇସା ରଖିଥାଏ ।

Get real time updates directly on you device, subscribe now.