fbpx

କେତେ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି ହାତୀ, ଆପଣ ଜାଣନ୍ତି…

Advertisement

ଓଡ଼ିଶା ଭାସ୍କର : ହାତୀକୁ ପୃଥିବୀର ସବୁଠୁ ବିଶାଳକାୟ ଜୀବ ଭାବରେ କଳନା କରାଯାଏ । ଏହି ଜୀବ କୌଣସି ଟ୍ରକକୁ ବି ଧକ୍କା ଦେଇପାରିବ ଓ କୌଣସି ବି ଜାଗାରେ ଉତ୍ପାତ ମଚାଇ ପାରିବେ । ତାହାସହ ହିନ୍ଦୁ ଧର୍ମରେ ହାତୀକୁ ପୂଜନୀୟ ବୋଲି ଧରାଯାଏ । କୁହାଯାଏ, ଦିନ ଥିଲା ହାତୀ ହିଁ ଜଙ୍ଗଲର ରାଜା ଥିଲା । ସମୟ ବଦଳିଲା ରାଜା ପରିବର୍ତ୍ତନ ହୋଇ ବାଘ ଆସିଲା । ହାତୀର ଶରୀରର ଓଜନ ପ୍ରାୟତଃ ୩ ହଜାର କିଲୋଗ୍ରାମ ହୋଇଥାଏ । ଯାହା କୌଣସି ଘରକୁ ଭାଙ୍ଗିବା ପାଇଁ ଯଥେଷ୍ଟ । ତେବେ କେବେ ଆପଣ ଭାବିଛନ୍ତି କି ଏହି ବିଶାଳକାୟ ଜୀବ କେତେ ଦିନ ବଞ୍ଚିଥାଏ । ଏହାର ଆୟୁଷ କେତ । ନାହିଁ ନା ! ଜାଣନ୍ତୁ…

ପ୍ରକାଶଥାଉ ଯେ, ଗୋଟିଏ ହାତୀ ପ୍ରାୟ ୪୫ ବର୍ଷରୁ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ଏହାବାଦ ଆଫ୍ରିକୀୟ ହାତୀଙ୍କ ଆୟୁଷ ପ୍ରାୟ ୬୦-୭୦ ବର୍ଷ ହୋଇଥାଏ । ଭାରତ ସମେତ ଅନେକ ଦେଶରେ ହାତୀକୁ ପୂଜା କରାଯାଏ । ମୁଖ୍ୟତଃ ୩ ପ୍ରକାର ପ୍ରଜାତିର ହାତୀ ଯଥା – ଆଫ୍ରିକାନ ସାଭାନା ( ବୁଶ୍ ), ଆଫ୍ରିକାନ ଫରେଷ୍ଟ ଓ ଏସିଆନ ହାତୀ ବିଶ୍ୱରେ ଅଧିକ ରାଜ କରନ୍ତି । ଭାରତରେ ହାତୀଙ୍କ ପାଇଁ ଅନେକ ଜାତୀୟ ଉଦ୍ୟାନ ରହିଛି । ତାହାସହ ହାତୀଙ୍କ ସୁରକ୍ଷା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ଭାରତ ତଥା ଓଡିଶାରେ । ମୁଦୁମଲାଇ ଜାତୀୟ ଉଦ୍ୟାନ, ବାନ୍ଦିପୁର ଜାତୀୟ ଉଦ୍ୟାନ ତଥା ଜୟପୁର ହାତୀ ଗାଁ ଭଳି ଅନେକ ଜାଗା ଅଛି ଯେଉଁଠି ହାତୀଙ୍କ ସୁରକ୍ଷା ଓ ରକ୍ଷଣବେକ୍ଷଣ କରାଯାଏ । ହାତୀକୁ ନେଇ ଅନେକ ସିନେମା ମଧ୍ୟ ନିର୍ମାଣ କରାଯାଇଛି । ‘ଦି ଏଲିଫେଣ୍ଟ ୱିସପର’ (The Elephant Whisperers)  ନାମକ ସିନେମା ହାତୀକୁ ନେଇ ତିଆରି ହୋଇ ଓସ୍କାର ମଧ୍ୟ ଜିତିଛି । ଏଥିରେ ବୋମନ ଓ ବେଲିଙ୍କ କାହାଣୀ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି । ମୌଳିକ କାହାଣୀକୁ ନେଇ ଏହି ସିନେମା ନିର୍ମିତ ।

Get real time updates directly on you device, subscribe now.