fbpx

ମଶା କାମୁଡ଼ିବା ପରେ ଡେଙ୍ଗୁ ପ୍ରଭାବ ଆରମ୍ଭ ହେବା ପାଇଁ କେତେ ସମୟ ଲାଗେ ? ଜାଣନ୍ତୁ ବର୍ତ୍ତିବାର ଉପାୟ

Advertisement

ମୌସୁମୀ ଆସିବା ପରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଜୁଲାଇରୁ ଅକ୍ଟୋବର-ନଭେମ୍ବର ଏହି ରୋଗର ସର୍ବୋଚ୍ଚ ସମୟ ହୋଇଥାଏ । ଡେଙ୍ଗୁ ମଶାମାନଙ୍କ ପାଇଁ ଏହି ସମୟ ସବୁଠାରୁ ଅନୁକୂଳ ଅଟେ । ଏଭଳି ପରିସ୍ଥିତିରେ ସତର୍କ ରହିବା ଆବଶ୍ୟକ, କାରଣ ଡେଙ୍ଗୁ ଜ୍ୱର ଅତ୍ୟନ୍ତ ବିପଜ୍ଜନକ ଏବଂ ସାଂଘାତିକ ମଧ୍ୟ ହୋଇପାରେ। ଏଭଳି ସ୍ଥିତିରେ,ଜାଣନ୍ତୁ ମଶା କାମୁଡ଼ିବା ପରେ ଡେଙ୍ଗୁ ପ୍ରଭାବ ଆରମ୍ଭ ହେବା ପାଇଁ କେତେ ସମୟ ଲାଗେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବା ଉଚିତ।

ଡେଙ୍ଗୁ ମଶା କେତେ ବିପଜ୍ଜନକ?

ଏଡିସ୍ ଏଜିପ୍ଟି ନାମକ ମଶା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଏହି ମଶାମାନଙ୍କର ଆୟୁ ମାତ୍ର ଏକ ମାସ, କିନ୍ତୁ ସେମାନେ ସମଗ୍ର ଜୀବନକାଳରେ ୫୦୦ରୁ୧୦୦୦ ମଶା ଜନ୍ମ ଦେଇଥାନ୍ତି । ଏହି ମଶା କେବଳ ତିନି ଫୁଟ ପର୍ଯ୍ୟନ୍ତ ଉଡିପାରେ। ଡେଙ୍ଗୁ ମଶାମାନେ ଛାତ ଉପରେ ପଡ଼ିରହିଥିବା କୁଲର୍, ଫୁଲକୁଣ୍ଡ, ପୁରୁଣାବାସନ ଏବଂ ଟାୟାରରେ ଜମିଥିବା ପାଣିରେ ଅଣ୍ଡା ଦେଇଥାନ୍ତି। ଏହି ମଶା ଏକ ସମୟରେ ୧୦୦ରୁ୩୦୦ ଅଣ୍ଡା ଦେଇଥାଏ, ଯାହା ୨ ରୁ ୭ ଦିନରେ ଲାର୍ଭା ହୋଇଯାଏ । ଏହାର ୪ଦିନ ମଧ୍ୟରେ ସେମାନେ ମଶାର ଆକାର ନେଇ ଦୁଇ ଦିନ ମଧ୍ୟରେ ଉଡ଼ିବା ଆରମ୍ଭ କରିଥାନ୍ତି।

ଡେଙ୍ଗୁ ମଶା କାମୁଡ଼ିବାର କେତେ ଦିନ ପରେ ଏହାର ପ୍ରଭାବ ଦେଖାଦେଇଥାଏ –

ଡେଙ୍ଗୁ ମଶା କାମୁଡ଼ିବା ମାତ୍ରେ ଡେଙ୍ଗୁର ଲକ୍ଷଣ କିମ୍ବା ପ୍ରଭାବ ଦୃଶ୍ୟମାନ ହୁଏନାହିଁ । ଏହାର ପ୍ରଭାବ କିଛି ଦିନ ପରେ ହୋଇଥାଏ । ଡେଙ୍ଗୁ ଜ୍ୱରର ଲକ୍ଷଣ ଏଡିସ୍ ମଶା କାମୁଡ଼ିବାର ପ୍ରାୟ ୩ରୁ୫ଦିନ ପରେ ଦେଖାଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡେଙ୍ଗୁ ମଶା କେବଳ ସକାଳ ଓ ସନ୍ଧ୍ୟାରେ କାମୁଡିଥାନ୍ତି। ଅପରାହ୍ନ ଓ ରାତି ସମୟରେ ସେମାନେ ଘରର କୋଣରେ, ପରଦା ପଛରେ କିମ୍ବା ଆର୍ଦ୍ର ସ୍ଥାନରେ ଲୁଚି ରହିଥାନ୍ତି । ଏହି ମଶାମାନେ ବହୁତ ଉଚ୍ଚରେ ଉଡିପାରନ୍ତି ନାହିଁ, ତେଣୁ ସେମାନେ ଶରୀରର କେବଳ ତଳ ଅଙ୍ଗ ଯଥା ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ କାମୁଡିବାକୁ ସକ୍ଷମ ଅଟନ୍ତି ।

ଡେଙ୍ଗୁ ଜ୍ୱରର ଲକ୍ଷଣ :-

ଉଚ୍ଚ ଜ୍ୱର

ମୁଣ୍ଡବିନ୍ଧା

ମାଂସପେଶୀ ଯନ୍ତ୍ରଣା

ଚର୍ମରେ ଲାଲ୍ ଦାଗ

ଆଖିର ପଛଭାଗରେ ଯନ୍ତ୍ରଣା

ଗଣ୍ଠି ଯନ୍ତ୍ରଣା

ଶରୀର ଫୁଲିବା

ମାଢି ଏବଂ ନାକରୁ ରକ୍ତସ୍ରାବ

ଡେଙ୍ଗୁ ନିରାକରଣ ପଦକ୍ଷେପ :-

୧. ଏପରି ପୋଷାକ ପିନ୍ଧନ୍ତୁ ଯାହା ଶରୀରକୁ ସଂପୂର୍ଣ୍ଣ ଭାବରେ ଆଚ୍ଛାଦିତ କରିରଖିବ ।

୨. ମଶାରୀର ବ୍ୟବହାର କରନ୍ତୁ ଏବଂ ଦିନରେ ମଶା ଘଉଡାଇବା ଲୋସନ କିମ୍ବା ତେଲ ବ୍ୟବହାର କରନ୍ତୁ ।

୩. ଭଙ୍ଗା ବାସନ, ପୁରୁଣା ଟାୟାର, ଫୁଲକୁଣ୍ଡ ଏବଂ ଡ୍ରମ୍, କୁଲରରେ ପାଣି ଜମା ହେବାକୁ ଦିଅନ୍ତୁନାହିଁ ।

୪. ମଝିରେ ମଝିରେ ଟାଙ୍କିରେ ଥିବା ପାଣି ସଫା କରନ୍ତୁ ।

୫. ଯଦି ଡେଙ୍ଗୁ ରୋଗର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଖାନା ଯାଇ ଡାକ୍ତରଙ୍କଠାରୁ ଚିକିତ୍ସା କରାଇନିଅନ୍ତୁ।

Get real time updates directly on you device, subscribe now.