ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଛୁଆଙ୍କ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡିଥାଏ । ଛୁଆମାନେ ମଧ୍ୟ କମ୍ ବୟସରୁ ମେଦ ବହୁଳତାର ଶିକାର ହେଉଛନ୍ତି । ତେବେ ଏନେଇ ଅନେକ ଡାଏଟ୍ ପ୍ଲାନ ଆପଣାଉଛନ୍ତି । ବିନା ଖାଦ୍ୟପେୟରେ ଉପବାସ କରିବା ଦ୍ବାରା ପତଳା ହେବା ପରିବର୍ତ୍ତେ ଅନେକ ରୋଗର ଶିକାର ହେଉଛନ୍ତି । ଅନେକ ବ୍ୟକ୍ତି ରୁଟି ଖାଇ ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ସଠିକ ଉପାୟ ନୁହେଁ ବରଂ କ୍ୟାଲୋରୀ ଉପରେ ଧ୍ୟାନ ଦେବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ଗୋଟିଏ ଦିନରେ 1800ରୁ 2000 କ୍ୟାଲୋରୀ ନେବା ଜରୁରୀ । ଏଥିରେ 225ରୁ 325 ଶ୍ବେତସାର ରହିଥାଏ ।
ଗୋଟିଏ ରୁଟି ଖାଇବା ଦ୍ବାରା 15 ଗ୍ରାମ ଶ୍ବେତସାର ଏବଂ 70 କିଲୋଗ୍ରାମ କ୍ୟାଲୋରୀ ମିଳିଥାଏ । ଓଜନ ହ୍ରାସ କରିବା ପାଇଁ ପ୍ରତିଦିନ 150 ଗ୍ରାମରୁ କମ୍ ଶ୍ବେତସାର ଜରୁରୀ ଅଟେ । ଗୋଟିଏ ଦିନରେ ଜଣେ ବ୍ୟକ୍ତି 3ରୁ 4ଟା ରୁଟି ଖାଇପାରିବେ । ଜଣେ ପୁରୁଷ ପ୍ରତିଦିନ 5ରୁ 6ରୁଟି ଖାଇପାରିବେ । ରୁଟିର ମାତ୍ରା କମ୍ କରି ସାଲାଟ୍, ଭଜା କିମ୍ବା ଅନ୍ୟ କିଛି ତରଳ ପଦାର୍ଥ ଖାଇପାରିବେ । ଗୋଟିଏ ଗିନା ଡାଲି, ଦହି ଏବଂ ସାଲାଟ୍ ଖାଇବା ଜରୁରୀ ଅଟେ । ଏହା ବ୍ୟତୀତ ପ୍ରତିଦିନ 3 ଲିଟର ପାଣି ପିଇବା ଜରୁରୀ ଅଟେ । ଖାଦ୍ୟ ସହିତ ପ୍ରତିଦିନ 1 ଘଣ୍ଟା ବ୍ୟାୟାମ କରିବା ଜରୁରୀ ଅଟେ ।